Pratidin TV

Odisha's Digital News Platform

ଆଜି ଶିଶୁ ଦିବସ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ପିଲାଙ୍କ ପାଇଁ ରହିଛି ଏହି ସବୁ ଅଧିକାର..

1 min read

ପ୍ରତିବର୍ଷ ଆଜିର ଦିନରେ ଅର୍ଥାତ ନଭେମ୍ବର ୧୪ରେ ପାଳନ ହୁଏ ଶିଶୁ ଦିବସ। ଏହି ଦିନଟି ଖାସ କରି ପିଲାମାନଙ୍କ ଦିନଟିଏ । ତେବେ ଆଜିର ଦିନରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ବି ମନା ପକାଯାଏ। କାରଣ ଆଜି ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରଙ୍କ ଜନ୍ମଜୟନ୍ତୀ। ସେ ପିଲାଙ୍କ ବହୁତ ଭଲ ପାଉଥିଲେ। ସେଥିପାଇଁ ତାଙ୍କରି ଜନ୍ମ ଦିନକୁ ସେ ଶିଶୁ ଦିବସ ଭାବେ ପାଳନ କରିଥାନ୍ତି । ସେ ପିଲାଙ୍କୁ ଭଲ ପାଇବା ସହ ସେମାନଙ୍କ ଅଧିକାର ଏବଂ ଶିକ୍ଷା ନେଇ ସର୍ବଦା ଚେଷ୍ଟା କରିଥିଲେ। ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ନେହେରୁ ମତ ରଖିଥିଲେ।

କ’ଣ ରହିଛି ଶିଶୁ ଦିବସର ଉଦ୍ଦେଶ୍ୟ :
ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁ ହସିଲେ ଦେଶ ହସିବ।ଏହି ଦିନ ବିଦ୍ୟାଳୟରେ ଗୀତ,ନାଚ, ବକ୍ତୃତା, ସ୍ଲୋଗାନ, କ୍ରୀଡା ଇତ୍ୟାଦି ସମ୍ବନ୍ଧୀୟ ପ୍ରତିଯୋଗିତା ଆୟୋଜିତ ହୋଇଥାଏ ଏବଂ ପିଲାମାନଙ୍କୁ ଖୁସି କରାଯାଇଥାଏ। ଏହି ଦିନ ବିଦ୍ୟାଳୟ ଦ୍ୱାରା ପିଲାମାନଙ୍କୁ ଉପହାର ମଧ୍ୟ ଦିଆଯାଏ।

Advertisement

କାହିଁକି ହୁଏ ପାଳନ:
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିନ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରାଯାଏ । ପଣ୍ଡିତ ନେହରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ପିଲାମାନେ ତାଙ୍କୁ ଚାଚା ନେହରୁ ବୋଲି କହୁଥିଲେ । ପଣ୍ଡିତ ଜବାହର ଲାଲ ନେହରୁଙ୍କ ପିଲାମାନଙ୍କ ପ୍ରତି ଭଲପାଇବା ଏବଂ ସମ୍ମାନ ହେତୁ ତାଙ୍କ ଜନ୍ମଦିନଙ୍କୁ ତାଙ୍କ ପିଲାମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ପିଲାମାନଙ୍କର ଅଧିକାର ବିଷୟରେ ଶିକ୍ଷା ଦେବା, ସେମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କୁ ଭଲ ଶିକ୍ଷା ଦେବା ।

ସଂସଦରେ ପ୍ରସ୍ତାବ ପାରିତ:

ପଣ୍ଡିତ ଜବାହରଲାଲ ନେହରୁ ୨୭ ମେ ୧୯୬୪ରେ ମୃତ୍ୟୁବରଣ କରିଥିଲେ । ସେହି ବର୍ଷ ତାଙ୍କ ଜନ୍ମଦିନ ୧୪ ନଭେମ୍ବରକୁ ‘ଶିଶୁ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପଣ୍ଡିତ ନେହରୁଙ୍କୁ ସମ୍ମାନ ଜଣାଇବା ପାଇଁ ସଂସଦରେ ସର୍ବସମ୍ମତି କ୍ରମେ ‘ଶିଶୁ ଦିବସ’ ଭାବରେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା ଏବଂ ସେହି ଦିନଠାରୁ ଏହି ଦିନ ପାଳନ କରାଯାଉଛି ।ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନ ଅନୁସାରେ ପିଲାମାନେ କେଉଁସବୁ ଅଧିକାରକୁ ଉପଭୋଗ କରିବା ଉଚିତ ।

ଜାଣନ୍ତୁ ପିଲାଙ୍କର ଅଧିକାର ବିଷୟ:

  • ୬-୧୪ ବର୍ଷ ବୟସର ସମସ୍ତ ପିଲାଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାଗତ ଅଧିକାର(ଧାରା ୨୧ଏ) ରହିଛି ।
  • ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଯେକୌଣସି ବିପଜ୍ଜନକ ରୋଜଗାର/କାର୍ଯ୍ୟରୁ ସୁରକ୍ଷା ପାଇବାକୁ ଅଧିକାର (ଧାରା ୨୪) ରହିଛି ।
  • ଅସଦାଚରଣରୁ ରକ୍ଷା ଏବଂ ଦାରିଦ୍ର୍ୟ ହେତୁ ସେମାନଙ୍କ ବୟସ କିମ୍ବା ଶକ୍ତିଠାରୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରିବାରୁ ବଞ୍ଚିବାର ଅଧିକାର (ଧାରା ୩୯ ଇ) ରହିଛି ।
  • ପିଲାମାନଙ୍କୁ ସଠିକ୍ ଭାବେ ଦାୟିତ୍ୱ ଏବଂ ସ୍ୱାଧୀନତା ଓ ସମ୍ମାନ ସହିତ ସମାନ ସୁଯୋଗ ଏବଂ ସୁବିଧା ପାଇବାର ଅଧିକାର । ସମ୍ବିଧାନରେ ବାଳବସ୍ଥା ଓ ଯୁବାବସ୍ଥାକୁ ଶୋଷଣ ତଥା ନୈତିକ ଓ ଭୌତିକ ଅସହାୟତାରୁ ରକ୍ଷା ପାଇବାର ଅଧିକାର(ଧାରା ୩୯ ଏଫ୍‌) ରହିଛି ।
  • ସମାନତା ଅଧିକାର (ଧାରା ୧୪) ରହିଛି ।
  • ଭେଦଭାବରୁ ସୁରକ୍ଷାର ଅଧିକାର (ଧାରା ୧୫) ।
  • ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଆଇନଗତ ପ୍ରକ୍ରିୟାର ଅଧିକାର (ଧାରା ୨୧) ।
  • ବନ୍ଧିତ ଶ୍ରମରେ ବାଧ୍ୟ ନ କରିବା ଏବଂ ମାନବ ଚାଲାଣରୁ ରକ୍ଷା ପାଇବାର ଅଧିକାର (ଧାରା ୨୩) ।
  • ସାମାଜିକ ଅନ୍ୟାୟ ଏବଂ ଯେକୌଣସି ପ୍ରକାରର ଶୋଷଣରୁ ସୁରକ୍ଷାର ଅଧିକାର (ଧାରା ୪୬) ।
  • ସରକାରଙ୍କ ତରଫରୁ ପିଲାମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାର ଅଧିକାର (ଧାରା ୧୫(୩)) ।

ତେବେ ଭାରତୀୟ ସମ୍ବିଧାନ ସମସ୍ତ ପିଲାଙ୍କୁ ଏଭଳି କିଛି ଅଧିକାର ପ୍ରଦାନ କରିଛି । ଯାହାଫଳରେ ସେମାନଙ୍କ ସୁରକ୍ଷା ହୋଇ ପାରିବ ।

Leave a Reply

Your email address will not be published. Required fields are marked *