Pratidin TV

Odisha's Digital News Platform

ଗାଁରେ ଗଡୁଛି ଶିଶୁମୁଣ୍ଡ , ଭୟରେ ଥରୁଛନ୍ତି ଗ୍ରାମବାସୀ ….

ଯାଜପୁର ; ଗାଁରେ ଗଡୁଛି ଶିଶୁମୁଣ୍ଡ , ଭୟରେ ଥରୁଛନ୍ତି ଗ୍ରାମବାସୀ । ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଧାନଗର ପାଟଣା ଗ୍ରାମରୁ ଆସିଛି ଏଭଳି ଭୟଙ୍କର ଦୃଶ୍ୟ । ଯାହାକୁ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଶନିବାର ରାତିରେ ଗ୍ରାମରେ ଏକ ନବଜାତ ଶିଶୁର ଶରୀର ବିହୀନ ମୁଣ୍ଡ ଗଡୁଥିବାର ଦେଖିଥିଲେ ଗ୍ରାମବାସୀ । ଯାହାପରେ ସମୃକ୍ତ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକ ମାନେ ଭୟରେ ଘରୁ ଗୋଡ କାଢୁନଥିବା ବେଳେ ଛୁଆ ମାନଙ୍କୁ ବାହାରକୁ ଛାଡୁନାହାନ୍ତି । କାରଣ ଗ୍ରାମବାସୀଙ୍କ କହିବା ଅନୁଯାୟୀ କେହି ଗୁଣିଗାରିଡି ପାଇଁ ଏହି ଶିଶୁଟିକୁ ବଳି ଦେଇଛି । ଆଉ ବଳୀ ପରେ କୁକୁର ସେହି ମୁଣ୍ଡଟିକୁ ଟାଣିନେଇଆସିଛି ।

Leave a Reply

Your email address will not be published. Required fields are marked *