Pratidin TV

Odisha's Digital News Platform

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଗଲା , ବିଜେପିରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ..

1 min read

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଗଲା । ଶେଷରେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିରେ ବହିଷ୍କୃତ ହେବା ପରେ ଏବେ ପଦ୍ମ ଧରିଛନ୍ତି । ଆଜି ବିଜେପିରେ ମିଶିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । ଆଉ ପ୍ରଶାନ୍ତ ଜଗଦ୍ଦେବ ଦଳରେ ମିଶିବାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅପରାଜିତା । ଅନ୍ୟପଟେ ବିଜେପିରେ ସାମିଲ ହେଇ ଖୁସି ଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଅପରାହ୍ନରେ ନିଜର ଶତାଧିକ କର୍ମୀଙ୍କ ସହ ନିଜର ଶତାଧିକ କର୍ମୀଙ୍କ ସହ ସେ ‘ଜୟ ଶ୍ରୀରାମ’ ନାରା ଦେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ବିଜେପିର ଉତ୍ତରୀୟ ଓ ଟୋପି ପ୍ରଦାନ କରି ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଦଳରେ ସାମିଲ କରିଥିଲେ ।

ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେମାନଙ୍କ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଥିଲେ । ତେବେ ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚିଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ତେବେ ଆଜି ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ବିଜେପିର ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । କିଛି ବର୍ଷ ପୂର୍ବରୁ ଚିଲିକା ବ୍ଲକ କାର‌୍ୟ୍ୟାଳୟରେ ସେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଏହି ଘଟଣାରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ନିର୍ବାଚନ ପୂର୍ବରୁ ଏହି ବିବାଦର ସମାଧାନ ହେବ ବୋଲି ସେ ଭାବିଥିବା ବେଳେ ତାହା ସମ୍ଭବପର ହୋଇ ପାରି ନ ଥିଲା । ଏହାପରେ ନିଜ ଆଚରଣ ପାଇଁ ୨୦୨୧ ମସିହା ସେପ୍ଟେମ୍ବର ୯ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ । ଏପଟେ ପ୍ରଶାନ୍ତ ଜଗଦ୍ଦେବ ଦଳରେ ମିଶିବାକୁ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଅପରାଜିତା । ଅନ୍ୟପଟେ ବିଜେପିରେ ସାମିଲ ହେଇ ଖୁସି ଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

Advertisement

Leave a Reply

Your email address will not be published. Required fields are marked *