Pratidin TV

Odisha's Digital News Platform

ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ : କିନ୍ତୁ ବର୍ଷେ ଯାଏଁ ମାନିବେ କୋଟର ସର୍ତ୍ତ

ଭୁବନେଶ୍ୱର : ଜନଗହଳି ପୂର୍ଣ୍ଣ ଏକ ରାସ୍ତାରେ ଲୋକଙ୍କ ଉପରେ ଗାଡି ମଡାଇବାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାର୍ଚ ୧୨ ତାରିଖ ୨୦୨୨ ରେ ଜେଲ ହୋଇଥିଲା । ତେବେ ଆଇନଜିବୀ ମାନସ ଚନ୍ଦଙ୍କ ସୂଚନା ଅନୁଯାୟୀ ଆଜି ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । କିନ୍ତୁ କୋର୍ଟ ତାଙ୍କ ଉପରେ ନିଜର ଜିଛି ନିୟମ ଜାରି କରିଛି ।

କୋଟର ନିୟମ ଅନୁଯାୟୀ ବିଧାୟକ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦିବା ସେ ନିର୍ବାଚନ ମଣ୍ଡଳୀକୁ ଯିବାକୁ ଚାହିଁବେ ତେବେ ସେ ଜିଲ୍ଲପାଳଙ୍କ ଠାରୁ ଅନୁମତି ଆଣି ଯିବେ । ଏହା ସହ ବିଧାୟକ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସମିତି କାର୍ଯ୍ୟ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *