Pratidin TV

Odisha's Digital News Platform

କୋଲକାତା ରେ କାହିଁକି ଅଟକିଲା ଇରାକ ବିମାନ ?

1 min read

କୋଲକାତା ରେ ଜରୁରୀ ଅବତରଣ କରିଲା ଇରାକର ଏକ  ବିମାନ । କାରଣ ବିମାନଭିତରେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲା । ଯାହାଫଳରେ ତୁରନ୍ତ ବିମାନଟିକୁ କୋଲକତାରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ଜରୁରୀ ଅବତରଣ ପରେ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା  । ହେଲେ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଯାଇଥିବା ସୂଚନା ମିଳିଛି  ।

ସୂଚନା ଅନୁସାରେ, ଇରାକର ରାଜଧାନୀ ବାଗଦାଦରୁ A-473 ବିମାନ ଚାଇନାର ଗୁଆଙ୍ଗଜୋକୁ ଉଡାଣ ଭରିଥିଲା । ବିମାନରେ ମୋଟ୍ ୧୦୦ ଜଣ ଯାତ୍ରୀ ଥିବା ବେଳେ ୧୫ ଜଣ କ୍ରୁ ସଦସ୍ୟ ଥିଲେ । ତେବେ ଉଡାଣ ସମୟରେ ଜଣେ ୧୬ ବର୍ଷିୟ ଝିଅ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଚେତାଶୂନ୍ୟ ହୋଇପଡିବାରୁ ବିମାନଟି ତୁରନ୍ତ କୋଲକତାରେ ଅବତରଣ କରିଥିଲା ଏବଂ ଉକ୍ତ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

ପରେ ହସ୍ପିଟାଲ  ଅଧିକାରୀମାନେ ଝିଅର ମୃତ୍ୟୁ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ମୃତକଙ୍କ ପରିବାରକୁ ରାତିରେ ରହିବା ପାଇଁ ଏକ ହୋଟେଲରେଚେକ୍‌ ଇନ୍‌ ବ୍ୟବସ୍ଥା କରିଥିଲା। ନାବାଳିକାଙ୍କ ମୃତଦେହକୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପୋଷ୍ଟ ମର୍ଟମ କରାଯାଇଥିଲା। ପୋଲିସ କହିଛି ଯେ ଝିଅର ମୃତଦେହକୁ ଏକ କଫିନରେ ରଖାଯିବ ଏବଂ ଶୁକ୍ରବାର ଦିଲ୍ଲୀ ଦେଇ ବାଗଦାଦକୁ ଫେରାଇ ନିଆଯିବ।ସେହି ଝିଅଟି ଇରାକର ବୋଲି ଜଣାପଡିଛି  ।  କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିଲା ।

Leave a Reply

Your email address will not be published. Required fields are marked *