Pratidin TV

Odisha's Digital News Platform

AIକୁ ଅସ୍ତ୍ର କରି ଭାରତର ନିର୍ବାଚନରେ ବିଭ୍ରାଟ କରିବ ଚାଇନା !

1 min read

ଚଳିତ ନିର୍ବାଚନରେ ଲୋକସଭା ସହିତ ଚାରି ବିଧାନସଭା ନିର୍ବାଚନ ପାଇଁ ବୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ଏବେ ଚାରିଆଡେ ରାଜନୈତିକ ଗତିବିଧି ବେଶ୍ ଚଳଚଞ୍ଚଳ ହୋଇପଡିଛି । ତେବେ ଏବେ ନିର୍ବାଚନକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକର ତଥ୍ୟ । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା (ଏଆଇ) ଜରିଆରେ ଭାରତରେ ନିର୍ବାଚନ ଭଣ୍ଡୁର କରିବାକୁ ଚୀନ୍ ଚକ୍ରାନ୍ତ ଚଳାଇଛି ବୋଲି ଜଣାପଡିଛି । ଗତମାସରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍‌ସ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି ।

ଇଂରାଜୀ ଓ ମାଣ୍ଡାରିନ୍ ଭାଷାରେ ଏଆଇ ଆଧାରିତ ଭିଡିଓ ଓ ଅଡିଓ ପ୍ରସ୍ତୁତ କରି ଏହା ଭାରତରେ ବିଶୃଙ୍ଖଳା ସୃଷ୍ଟି ଷଡ଼ଯନ୍ତ୍ର ଚଳାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ମାଇକ୍ରୋସଫ୍ଟର ବିପଦ ସଙ୍କେତ ଜାରି କରୁଥିବା ଗୁପ୍ତଚର ଟିମର ସୂଚନା ଅନୁଯାୟୀ, ଉତ୍ତର କୋରିଆ ସହାୟତାରେ ଚାଇନା ସମର୍ôଥତ ସାଇବର ଗ୍ରୁପଗୁଡ଼ିକ ୨୦୨୪ରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ ଟାର୍ଗେଟ କରିପାରନ୍ତି । ମାଇକ୍ରୋସଫ୍ଟ କହିଛି ଯେ ଚାଇନା ନିଜର ସ୍ୱାର୍ଥ ପାଇଁ ସୋଶାଲ ମିଡିଆ ମାଧ୍ୟମରେ ଇଓ ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିପାରେ ।

Advertisement

ଚଳିତ ବର୍ଷ ଭାରତ, ଦକ୍ଷିଣ କୋରିଆ ଓ ଆମେରିକା ଭଳି ପ୍ରମୁଖ ଦେଶଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ସମୟରେ ଚାଇନା ନିଜର ସ୍ୱାର୍ଥ ସାଧାନ ପାଇଁ ଅତି କମରେ ଏଆଇ ସମ୍ବନ୍ଧୀୟ ବିଷୟବସ୍ତୁକୁ ସୃଷ୍ଟି କରିବ ଓ ଏହାର ପ୍ରଚାର କରିବ ।
ଚାଇନା ପକ୍ଷରୁ ଏଆଇ ଦ୍ୱାରା ନକଲି ରାଜନୀତିକ ବିଜ୍ଞାପନ ତିଆରି କରାଯିବ । ମିଥ୍ୟା ବିଷୟବସ୍ତୁ ଓ ଡିଫେକ୍ ଦ୍ୱାରା ସୋଶାଲ ମିଡିଆରେ ବିଭିନ୍ନ ଭିଡିଓକୁ ପ୍ରଚାର କରିବାକୁ ଯୋଜନା ହୋଇଛି । ନିର୍ବାଚନ ବର୍ଷରେ ଏପରି କାମ ନିଶ୍ଚିତ ଭାବେ ଲୋକଙ୍କୁ ପ୍ରଭାବିତ କରିବ । ଯଦି ଏଭଳି କାର୍ଯ୍ୟ ଉପରେ ସତର୍କ ଦୃଷ୍ଟି ରଖାନଯାଏ, ତେବେ ସ୍ଥିତି ଉଦ୍‌ବେଗଜନକ ହୋଇପାରେ ବୋଲି କୁହାଯାଇଛି । ତାଇୱାନ ନିର୍ବାଚନରେ ଚୀନ୍‌ର ‘ଷ୍ଟର୍ମ ୧୩୭୬’ ଗ୍ରୁପ୍ ଏଭଳି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିଥିଲା ବୋଲି ଗେଟ୍‌ସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *