ଅତ୍ୟଧିକ ଖାଦ୍ୟ ଖାଇବାରୁ ଚାଲିଗଲା ୟୁଟ୍ୟୁବରଙ୍କ ଜୀବନ
1 min readଖାଦ୍ୟ ଖାଇବାକୁ ଭଲ ପାଉଥିଲେ ଓ ଖାଦ୍ୟ ଖାଇ ଖାଇ ଚାଲିଗଲା ଜୀବନ ୧0 ଘଣ୍ଟାରେ ଖାଉଥିଲେ ୧0 କିଲୋ ଖାଦ୍ୟ | ଲାଇଭ ଷ୍ଟ୍ରିମିଂ ଖାଦ୍ୟ ପ୍ରତିଯୋଗିତା ବେଳେ ଉଡ଼ିଗଲା ପ୍ରାଣବାୟୁ | ତେବେ କୁହାଯାଉଛି କିଛି ଲୋକଙ୍କର ଖାଇବା ଉପରେ ବହୁତ ସଉକ ଥାଏ | ସେମାନେ ଖାଦ୍ୟ ପାଇଁ ଯେକୌଣସି ସ୍ଥରକୁ ଯିବାକୁ ପ୍ରସ୍ତୁତ ଥାନ୍ତି | ଏପରିକି ସେମାନେ ତାଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇ ଦେଇଥାନ୍ତି | ତେବେ ସେହିପରି ଏକ ଘଟଣା ଚୀନର ୨୪ ବର୍ଷୀୟ ମହିଳାଙ୍କ ସହ ଘଟିଛି |
ମହିଳାଙ୍କ ନାଁ ହେଉଛି ପାନ ଜିଆଓଟିଙ୍ଗ | ବାସ୍ତବରେ ମହିଳା ଜଣକ ଖାଇବାକୁ ନେଇ ପ୍ରତିଯୋଗିତାରେ ବହୁ ପରିମାଣରେ ଖାଦ୍ୟ ଖାଉଥିଲେ | କିନ୍ତୁ ସେ ଏପରି କରିବା ସମୟରେ ମୃତ୍ୟୁ ହୋଇଛି | ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସେ ସେହି ସମୟରେ ଲାଇଭ ଷ୍ଟ୍ରିମିଂ କରୁଥିଲେ | ତେବେ ସୂଚନା ରହିଛି ୨0୨0 ସମୟରେ ଚୀନ ମୁକବାଙ୍ଗ ଷ୍ଟ୍ରିମ ଏବଂ ଭିଡ଼ିଓ ଉପରେ କଟକଣା ଲଗାଇଥିଲେ | ଏହାସହ ଉଲଂଘନକାରୀଙ୍କ ଉପରେ ୧0ହଜାର ୟୁୱାନ ଅର୍ଥାତ ୧ ଲକ୍ଷ ୧୭ ହଜାର ପର୍ଯ୍ୟନ୍ତ ଜରିମାନା କରିବେ | ତଥାପି ଚୀନ ସମେତ ଅନେକ ଏସିଆ ଦେଶରେ ମୁକବାଙ୍ଗ ଷ୍ଟ୍ରିମ ବହୁତ ଲୋକପ୍ରିୟ ରହିଛି | ଯେଉଁଥିରେ ବହୁ ଲୋକ ନିଜ ଜୀବନକୁ ବିପଦରେ ପକାଇ ଖାଇଥାନ୍ତି ଅଧିକ ଅଧିକ ଖାଦ୍ୟ | ସେମାନଙ୍କ ମଧ୍ୟରେ ପାନ ଜିଆଓଟିଙ୍ଗ ମଧ୍ୟ ରହିଥିଲେ | ଅତ୍ୟଧିକ ଖାଇବା ତାଙ୍କ ଜୀବନକୁ ବିପଦରେ ପକାଇ ଥିଲା | ତାଙ୍କ ଶରୀର ଅତ୍ୟଧିକ ଖାଇବାକୁ ଗ୍ରହଣ କରିପାରିନଥିଲା | ଫଳରେ ଲାଇଭ ଷ୍ଟ୍ରିମିଂ ସମୟରେ ସେ ନିଜ ଜୀବନ ହାରିଲେ |
ପୋଷ୍ଟମର୍ଟନ ରିପୋର୍ଟ ଆସିବା ଆରପିଏ ଜାଣିବାକୁ ମିଳିଥିଲା ଯେ, ତାଙ୍କ ପେଟରେ ଖାଦ୍ୟ ପରିପୂର୍ଣ୍ଣ ଥିଲା, ଯାହା ହଜମ ହୋଇନଥିଲା | ଯାହାଫଳରେ ତାଙ୍କୁ ଫୁଡ ପଏଜନ ହୋଇଯାଇଥିଲା | ସେ ୫ ଦିନ ମଧ୍ୟରେ କ୍ରମାଗତ ଭାବେ ୧0 ଘଣ୍ଟା ହେଲା ଖାଉଥିଲେ | ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଜିଆଓଟିଙ୍ଗ ପ୍ରତ୍ୟକ ଷ୍ଟ୍ରିମିଂ ୧0 କିଲୋଗ୍ରାମରୁ ଅଧିକ ଖାଦ୍ୟ ଖାଉଥିଲେ |