Pratidin TV

Odisha's Digital News Platform

ମୋଦୀଙ୍କ ୩.୦ କ୍ୟାବିନେଟରେ‌ କିଛି ଦାବି କରିନାହାନ୍ତି ବୋଲି କହିଲେ ଚିରାଗ

1 min read

ଆସନ୍ତା ୯ ତାରିଖରେ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ତେଣୁ ଆଜି NDA ବୈଠକ ଡକାଯାଇଛି | ତେବେ ବୈଠକ ପରେ ରାଷ୍ଟ୍ରପତିଙ୍କୁ ଭେଟି NDA ସରକାର ଗଢିବା ନେଇ ଦାବି ରଖିବେ |

ଆଜି NDA ବୈଠକରେ ମନ୍ତ୍ରୀମଣ୍ଡଳ ରୂପ ରେଖା ଏବଂ କାହାକୁ କେଉଁ ବିଭାଗ ମିଳିବା ନେଇ ହେବ ଆଲୋଚନା | ତେବେ ଏହା ପୂର୍ବରୁ ଜୁନ ୫ରେ ମଧ୍ୟ ହୋଇଥିଲା ବୈଠକ | ଯେଉଁଥିରେ ଚିରାଗ ପାସୱାନଙ୍କୁ ସଂସଦୀୟ ନେତା ବାଛିଛନ୍ତି ଦଳୀୟ ସାଂସଦ ।

ତେବେ ପୂର୍ବରୁ ଚର୍ଚ୍ଚା ବହୁ ଜୋର ଧରି ଆସୁଥିଲା ଯେ, ଚିରାଗ ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ୨ଟି ମନ୍ତ୍ରୀପଦ ଦାବି କରୁଛନ୍ତି | ମାତ୍ର ଏହି କଥାକୁ ଅବମାନନା କରିଛନ୍ତି ଚିରାଗ | ଲୋକକୁସଭା ନିର୍ବାଚନ ଫଳାଫଳ ବାହାରି ସାରିଥିବା ସମୟରେ ଚିରାଗ ପାସୱାନଙ୍କ ଦଳ ଏଲଜେପି (ଆର) ୫ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୫ଟି ଆସନରେ ବିଜୟୀ ହୋଇଛି। ତେଣୁ ଏନଡିଏ ସରକାରରେ ଚିରାଗ ପାସୱାନଙ୍କ ଦବଦବା ଯଥେଷ୍ଟ ଅଧିକ ରହିବ ବୋଲି ଅନୁମାନ ଲଗାଇ ଏପରି ଏକ ଚର୍ଚ୍ଚା ହେଉଥିଲା। ମାତ୍ର ଚିରାଗ ଏହି ଚର୍ଚ୍ଚାକୁ ରୋକ ଲଗାଇ ସତ୍ୟତା କହିଛନ୍ତି |

ଚିରାଗ ପାସୱାନ କହିଛନ୍ତି, “ମୁଁ ଏହିପରି ସମସ୍ତ ଜିନିଷକୁ ଖଣ୍ଡନ କରୁଛି। କୌଣସି ଦାବି ନାହିଁ। କୌଣସି ଦାବି ହୋଇପାରିବ ନାହିଁ କାରଣ ଆମର ଲକ୍ଷ୍ୟ ଥିଲା ପ୍ରଧାନମନ୍ତ୍ରୀ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା । ସମସ୍ତ ସହଯୋଗୀମାନେ ଏହା ପ୍ରତି ଏକ ସଚ୍ଚୋଟ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଠାରୁ କୌଣସି ସହଯୋଗୀ ଦଳର କୌଣସି ଦାବି ନାହିଁ। “

Leave a Reply

Your email address will not be published. Required fields are marked *