Pratidin TV

Odisha's Digital News Platform

ଭାରତବାସୀଙ୍କ ପାଇଁ ଐତିହାସିକ ଦିନ ; ଜାଣନ୍ତୁ କେଉଁ ସମୟରେ ଆଉ କିପରି ଦେଖିବେ ଚନ୍ଦ୍ରାୟାନ-୩ ର ସିଧାପ୍ରସାରଣ …

1 min read

ନୂଆଦିଲ୍ଲୀ : ଜହ୍ନରେ ଇତିହାସ ରଚିତ ଭାରତ । ପ୍ରଥମ ଦେଶ ଭାବରେ ଦକ୍ଷିଣ ମେରୁରେ କରିବ ଅବତରଣ । ଇସ୍ରୋ ଆଜି ଭାରତୀୟ ସମୟ ଅପରାହ୍ଣ ୬.୪ ସମୟରେ ଚନ୍ଦ୍ରୟାନ-୩ ମହାକାଶଯାନର ସପ୍ଟ ଲ୍ୟାଣ୍ଡିଂ କରିବାକୁ ଯୋଜନା କରିଛି । ଆଜି ପୁରା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣଦିନ । ଲକ୍ଷ ଲକ୍ଷ ଲୋକ ଚାହିଁ ବସିଛନ୍ତି କିପରି ଏହି ଐତିହାସିକ ମୂହୁର୍ତ୍ତର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିପାରିବେ । ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ଆଉ କେଉଁଠି ଭାରତବାସୀମାନେ ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡିଂକୁ ସିଧାସଳଖ ଦେଖିପାରିବେ ।

  • ଆପଣମାନେ ଇସ୍ରୋର ୱେବସାଇଟ୍ , ୟୁଟ୍ୟୁବ୍‌,ଫେସବୁକ୍ ପେଜ ଏବଂ ଇସ୍ରୋର ଟିଭି ଚ୍ୟାନେଲରେ ଦେଖିପାରିବେ ।
  • ନ୍ୟାସନାଲ ଜିଓଗ୍ରାଫିକାଲ ଟିଭିରେ ମଧ୍ୟ ଦେଖିପାରିବେ ।
  • ଲାଇଭ କଭରେଜ୍ ପାଇଁ ଆପଣ ଡିସନି ହଟଷ୍ଟାରରେ ମଧ୍ୟ ଚନ୍ଦ୍ରୟାନ-୩ ର ଲ୍ୟାଣ୍ଡିଂ ଦେଖିପାରିବେ ।
  • ଏହା ଛଡା ସବୁ ମିଡିଆ ପ୍ଲାଟଫର୍ମ ବା ସ୍ୟାଟେଲାଇଟ୍ ଚାନେଲର ଗୁଡିକରେ ଆପଣମାନେ ଏହାର ସିଧା ପ୍ରସାରଣ ଦେଖି ପାରିବେ ।
  • ତା ଛଡା ଏସବୁ କାର୍ଯାକ୍ରମ ଅପରାହ୍ଣ ୪ ଟାରୁ ଆରମ୍ଭ ହୋଇଯିବ ବୋଲି ଇସ୍ରୋ ସୂଚନା ଦେଇଛି ।

Advertisement

Leave a Reply

Your email address will not be published. Required fields are marked *