ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ଯୋଜନା : ବର୍ଷକୁ ୩ ଟି ପରୀକ୍ଷା ଦେବେ +୨ଛାତ୍ରଛାତ୍ରୀ
1 min readଭୁବନେଶ୍ୱର : ଏବେ ବର୍ଷକୁ ୩ ଟି ବା ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ବର୍ଷକ ୧୨ ମାସ ମଧ୍ୟରେ ପ୍ରତି ତିନି ମାସରେ ଗୋଟିଏ ଲେଖାଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅର୍ଥାତ୍ ବର୍ଷକୁ ୩ ଟି ପରୀକ୍ଷା ଦେବା ବାଧ୍ୟତାମୂଳକ ।ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡିକରେ ଅଂଶଗ୍ରହଣ ନକରନ୍ତି ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ । ଏନେଇ ୨୦୨୨-୨୩ ଶିକ୍ଷାବର୍ଷରେ ଏପରି ପ୍ରଣାଳୀକୁ ଲାଗୁକରିବା ଲାଗି ଯୋଜନା ଚଳାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।
ଏହି ଯୋଜନାର ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେହ ହୋଇଯାଇଛି ।କିନ୍ତୁ ଉକ୍ତ ପରୀକ୍ଷା ଗୁଡିକ କେତେ ମାର୍କର ହେବ ଓ ସେ ମାର୍କ ଗୁଡିକ ବାର୍ଷିକ ପରୀକ୍ଷାରେ ଯୋଗ କରାଯିବ କି ନାହିଁ ସେଥିପାଇଁ ଏପର୍ଯ୍ୟାନ୍ତ କୌଣସି ନିଷ୍ପତି ଗ୍ରହଣ କରାଯାଇନାହିଁ । ଖୁବ୍ ଶ୍ରୀଘ୍ରହିଁ ଏହାର ଏକ ଚୁଡାନ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।