Pratidin TV

Odisha's Digital News Platform

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ଗୋଷ୍ଠୀ

1 min read

ନୂଆଦିଲ୍ଳୀ: ଅଡୁଆ ପରସ୍ଥିତିରେ ମହାରାଷ୍ଟ୍ର ରାଜନୀତି । ନିଜକୁ ବାସ୍ତବ ଶିବସେନା ବୋଲି ଘୋଷଣା କରିବା ସହିତ ମହା ବିକାଶ ଅଘାଡିରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ସିନ୍ଦେ ଗୋଷ୍ଠୀ । ସୁପ୍ରିମକୋର୍ଟରେ ଦାଖଲ ଯାଚିକା ଅନୁସାରେ ଏକନାଥ ସିନ୍ଦେ ଓ ତାଙ୍କ ନେତୃତ୍ୱରେ ରହିଥିବା ୩୯ ବିଧାୟକ ଶିବସେନାରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି । ଏହା ସହିତ ନିଜକୁ ବାସ୍ତବ ଶିବସେନା ବୋଲି ଘୋଷଣା ମଧ୍ୟ କରିଛନ୍ତି ସିନ୍ଦେ । ଆସାମରେ ରହିଥିବା ସିନ୍ଦେ ଗୋଷ୍ଠୀଙ୍କ ପକ୍ଷରୁ ସରକାର ଭାଙ୍ଗିବା ପାଇଁ ଯାଚିକା ଦାଖଲ କରାଯାଇଛି ।

ଏହା ସହିତ ଶିବସେନାର ଦଳୀୟ ଚିହ୍ନ ଧନୁତୀର ସିନ୍ଦେ ଗୋଷ୍ଠିଙ୍କୁ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ସିନ୍ଦେଙ୍କ ନିକଟରେ ୩୯ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଦୁଇ ତୃତୀୟାଂଶ ରୁ ଅଧିକ ସଦସ୍ୟଙ୍କ ସମର୍ଥନ ରହିଲେ ଦଳର ଚିହ୍ନ ପ୍ରଦାନ କରିବାର ନିୟମ ରହିଛି । ଏପରି ହେଲେ ଉଦ୍ଧବଙ୍କ ହାତରୁ ଖସିଯିବ ଶିବସେନା । ଗୌହାଟୀରେ ରହିଥିବା ସିନ୍ଦେ କ୍ୟାମ୍ପ ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ ।

Advertisement

Leave a Reply

Your email address will not be published. Required fields are marked *