Pratidin TV

Odisha's Digital News Platform

ତାଳି ମାରିଲା ବର କନିଆଁ ଭାଙ୍ଗିଲା ବାହାଘର,ଜାଣନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣା..

1 min read

ଚାଲିଥିଲା ବାହାଘର । ବଡ ଧୁମଧାମରେ ବର ରୋଷଣୀ କରି ଆସିଲା । ତେବେ ସବୁକିଛି ଠିକ ଚାଲିଥିବା ବେଳେ ବେଦୀ ଉପରେ ବସିଥିଲା ବର । ବସ ତାପରେ ଯାହା ଘଟିଲା ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ବେଦୀରେ ବସି ତାଳିମାରିଲା ବର । ବାସ ଏତକିରେ କନିଆଁ ଭାଙ୍ଗିଦେଲା ବାହାଘର । ସୂଚନାମୁତାବକ ପରମ୍ପରା ଅନୁଯାୟୀ ଚାଲିଥିଲା ବାହାଘର । ଉଭୟ ବର ଓ କନ୍ୟା ପକ୍ଷ ବେଶ ଖୁସିଥିଲେ । ପୁରୋହିତଙ୍କ ମନ୍ତ୍ର ଧ୍ୱନି ସାଙ୍ଗକୁ ୨ ଯୋଡ଼ି ଏକାଠି ହେବାକୁ ଯାଉଥିଲେ । ହେଲେ ଏହି ସମୟରେ ତାଳି ମାରିବା ହେଲା କାଳ । ବର ଜଣକ କୌଣସି ଏକ ରୀତିନୀତିକୁ ପାଳନ କରି ତାଳି ମାରିବା ପରେ ଏହା ଯୁବତୀଙ୍କୁ ପସନ୍ଦ ଆସିନଥିଲା । ଆଉ ସଙ୍ଗେ ସଙ୍ଗେ ବିବାହ ପାଇଁ ମନା କରିଦେଇଥିଲେ କନିଆଁ । ଯେଉଁଥିପାଇଁ ବରକୁ ଶିଶୁପାଳ ହେବାକୁ ପଡିଛି ।

କର୍ଣ୍ଣାଟକ ହୋସାଦୁର୍ଗା ନିକଟ ଚିତ୍ରଦୁର୍ଗା ଅଞ୍ଚଳରେ ଏପରି ବିରଳ ଘଟଣା ଘଟିଛି । ଏହି ବିବାହ ଉତ୍ସବ ଭୈରବେଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ଏଥିଲାଗି ଉଭୟ ପକ୍ଷର ସମସ୍ତ ଅତିଥି, ସମ୍ପର୍କୀୟ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସବୁ କିଛି ଠିକ ଚାଲିଥିଲା । ହେଲେ ବିବାହର ଏକ ନୀତି ଅନୁଯାୟୀ ଉଭୟ ବରକନ୍ୟାଙ୍କୁ ତାଳି ମାରିବାର ଥିଲା । ପୁରୋହିତଙ୍କୁ କଥାକୁ ଅନୁସରଣ କରି ବର ଜଣକ ତାଳି ମାରିଥିଲେ । ହେଲେ ଏହା ଯୁବତୀଙ୍କୁ ଆଦୌ ପସନ୍ଦ ଆସିନଥିଲା । ସେ ତାଳି ମାରିନଥିବା ବେଳେ ବରକୁ ମଧ୍ୟ ଏପରି କରିବାରେ ରୋକିଥିଲେ ।

Advertisement

ଏହାପରେ କ଼ନିଆଁ ଅଚାନକ ବିବାହ ପାଇଁ ମନା କରିଦେଇଥିଲେ । ପରିବାର ଲୋକେ ଯେତେ ବୁଝାଇଥିଲେ ମଧ୍ୟ ଯୁବତୀ ଜଣକ ଆଦୌ ଶୁଣିନଥିଲେ । ଶେଷରେ ଏହି ବିବାହ ଭାଙ୍ଗିଥିବା ଜଣାପଡ଼ିଛି । ଏହାପରେ ବର ପକ୍ଷ କ୍ରୋଧିତ ହୋଇପଡ଼ିଥିଲେ । ସବୁକିଛି ଆୟୋଜନ ହୋଇସାରିଥିବା ବେଳେ ଏପରି ବିବାହ ମଝିରେ ସମ୍ପର୍କ ଭାଙ୍ଗିବାକୁ କଡ଼ା ବିରୋଧ କରିଥିଲେ ବରପକ୍ଷ । ଯୁବତୀଙ୍କ ସହିତ ବର ପକ୍ଷ ଯୁକ୍ତିତର୍କ ମଧ୍ୟ କରିଥିଲେ । ଏହାପରେ ବସିଥିଲା ପଞ୍ଚାୟତ । ବିବାହରେ ବର ପକ୍ଷରୁ ଯେତେ ଖର୍ଚ୍ଚ ହୋଇଥିଲା, ତାକୁ କନ୍ୟା ପକ୍ଷ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଶେଷରେ କନ୍ୟାର ଏପରି ଅଚାନକ ନିଷ୍ପତ୍ତି ଯୋଗୁଁ ଝିଅଘର ବରପକ୍ଷର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।

Leave a Reply

Your email address will not be published. Required fields are marked *