Pratidin TV

Odisha's Digital News Platform

ଜଗତସିଂହପୁର ମାଟିର ଗର୍ବ ବନିଲେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଅମୃତାଶୁ ।

1 min read

ଜଗତସିଂହପୁର ; ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପିତେଇପୁର ପଞ୍ଚାୟତ କାଁପୁର ଗ୍ରାମର ତୁଷାର କୁମାର ରଥ ଏବଂ ପ୍ରଣତି ପତି ଙ୍କ ଏକ ମାତ୍ର ଝିଅ ଅମୃତାଂଶୁ ରଥ କାଁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଥିଲେ । ଅମୃତାଂଶୁ ନଭେମ୍ବର ଦଶ ତାରିଖ ରେ ବୃତ୍ତି ପରୀକ୍ଷା ଦେଇଥିଲେ ।

ଫେବୃଆରୀ ଏକ ତାରିଖ ଦିନ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ସେଥିରେ ଅମୃତାଂଶୁ ଜଗତସିଂହପୁର ଜ଼ିଲ୍ଲା ସ୍ତରରେ ରେ ପ୍ରଥମ ସ୍ଥାନ ଅଧିକାର କରି ଜଗତସିଂହପୁର ଜ଼ିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଏଥିନେଇ ଅମୃତାଂଶୁ ଙ୍କୁ କାଁପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପିତେଇପୁର ପଞ୍ଚାୟତ ତରଫରୁ ସରପଞ୍ଚ ତୋଫାଆରା ବେଗମ ଏବଂ ସମିତି ସଭ୍ୟ ହିମାଂଶୁ ଭୂଷଣ ପରିଡା ପଞ୍ଚାୟତ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପରିବାର, ବନ୍ଧୁ, ବାନ୍ଧବ,ଆତ୍ମୀୟ ସ୍ୱଜନ ଏବଂ ଜ଼ିଲ୍ଲା ର ବିଭିନ୍ନ ମହଲରୁ ଅମୃତାଂଶୁ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରି ଆଶ୍ରିବାଦ ପ୍ରଦାନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *