Pratidin TV

Odisha's Digital News Platform

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜିଅଁନ୍ତା ଜାଳି ହତ୍ୟା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗାଁ ରେ ଘଟିଛି ଏକ ବୀଭତ୍ସ ହତ୍ୟା କାଣ୍ଡ । ସୂଚନା ମୁତାବକ ବାରିଙ୍ଗିଆଗାଁ ର ହରେକୁଷ୍ଣ ଜେନାଙ୍କ ଝିଅ ଜ୍ୱଷ୍ନା ଜେନାଙ୍କ ପୋଡା ଶରୀର ଏକ ଶୋଚଳାୟରୁ ଉର୍ଦ୍ଧାର କରାଯାଇଛି । ଜ୍ୱଷ୍ନା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସେ ତାଙ୍କ ଘରପାଖ ଦୟାନିଧି ଜେନାଙ୍କ ସ୍ତ୍ରୀ ତିଳୋତମା ଜେନାଙ୍କ ପାଖକୁ ଟିଉସନ୍ ଯାଆନ୍ତି ।

ତେବେ ଆଜି ସକାଳୁ ସେ ଟିଉସନ ଯାଇ ଅନେକ ସମୟଧରି ଫେରିନଥିବାରୁ ଘର ଲୋକ ଖୋଜାଖୋଜିରେ ଲାଗିଥିଲେ । ଅନେକ ଖୋଜା ଖୋଜି ପରେ ବାରିପଟେ ଏକ ଶୌଚାଳୟ ଭିତରୁ ଝିଅର ପୋଡା ଶରୀର ପାଇଥିଲେ । ସେଠାରେ ଲାଇଟର,ବିଷବୋତଲ,କଟାଚୁଟି ସହ ଦୟାନିଧି ବସିଥିବାର ଦେଖି ସେହିଁ ଏପରି ନିର୍ମମ ହତ୍ୟା କରିଛି ବୋଲି ଘରଲୋକ ଓ ପଡୋଶୀମାନେ କହିଛନ୍ତି ।ତେବେ ଦୟାନିଧି ଙ୍କୁ ସେଠାରେ ଅଟକାଇ ରଖି ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।

ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଘର ପାଖ ଏତେ ଛୋଟ ପିଲାଟାକୁ ଏପରି ନିର୍ମମ ହତ୍ୟା କାହିଁକି କରାଯାଇଛି , ତାହା ଏଯାଏ ଅସ୍ପଷ୍ଟ ।ଏନେଇ ପୋଲିସ ଦୟାନିଧି କୁ ମଧ୍ୟ ଜେରା ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *