Pratidin TV

Odisha's Digital News Platform

ଶ୍ରେଣୀ ଗୃହ ପାଲଟିଛି ସୁଇମିଂ ପୁଲ୍……ପିଲାଙ୍କୁ ସ୍କୁଲମୁହାଁ କରିବାର ଅନନ୍ୟ ଉପାୟ

1 min read

ଖରାଦିନ ଆସି ସାରିଛି | ଏବଂ ବର୍ତ୍ତମାନ ଉତ୍ତାପ ତୀବ୍ରତା ବଢ଼ିବାରେ ଲାଗିଛି | ଏଭଳି ପରିସ୍ଥିତିରେ ସ୍କୁଲରେ ପିଲାମାନେ ଗରମ ଯୋଗୁଁ ଅତ୍ୟଧିକ ଯନ୍ତ୍ରଣା ପାଉଛନ୍ତି | ତେଣୁ ଅନେକ ପିଲା ସ୍କୁଲ ନ ଆସି ଘରେ ରହିବା ପସନ୍ଦ କରୁଛନ୍ତି | ତେବେ ସ୍କୁଲ୍କୁ ଛାତ୍ର ଛାତ୍ରୀକୁ କିପରି ଖୁସି ମନରେ ଆସିବେ ତା’ ର ଅନନ୍ୟ ଉପାୟ ଖୋଜିଛନ୍ତି ସ୍କୁଲ କର୍ତ୍ତୃପକ୍ଷ | ପିଲାମାନଙ୍କୁ ସ୍କୁଲକୁ ଆମନ୍ତ୍ରଣ କରିବା ପାଇଁ ଶ୍ରେଣୀ ଗୃହକୁ ସୁଇମିଂ ପୁଲରେ ପରିଣତ କରିଛନ୍ତି | ସୁଇମିଂ ପୁଲରେ ଛାତ୍ରଛାତ୍ରୀ ପଢିବେ ପାଠ | ଏପରି ନିଆରା ଢଙ୍ଗ ଆଣିଛନ୍ତି ୟୁପିର କନୌଜରେ ଏକ ସରକାରୀ ସ୍କୁଲର କର୍ତ୍ତୃପକ୍ଷ |

ବାସ୍ତବରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ | ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ସରକାରୀ ସ୍କୁଲରେ କିଛି ପିଲା ଶ୍ରେଣୀଗୃହରେ ସୁଇମିଂ ପୁଲକୁ ଉପଭୋଗ କରୁଛନ୍ତି। ତେବେ ଏପରି କରିବାର କାରଣ ହେଉଛି, ଉତ୍ତରପ୍ରଦେଶରେ ବିଭିନ୍ନ ସ୍ଥାନରେ ଏବେ ଅସହ୍ୟ ଗରମ ଲୋକଙ୍କ ଅତିଷ୍ଠ କରି ପକାଉଛି। ଫଳରେ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ୁ ନ ଥିବାରୁ ଉପସ୍ଥାନ କମୁଛି। ଏଥିସହ ଏବେ ଅମଳ ସମୟ ଚାଲୁଥିବାରୁ ବାପାମା’ ପିଲାମାନଙ୍କୁ ସ୍କୁଲ ବଦଳରେ କ୍ଷେତକୁ ନେଇ ଯାଉଛନ୍ତି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ପିଲାମାନଙ୍କୁ ସ୍କୁଲ୍କୁ ଆମନ୍ତ୍ରଣ କରିବା ପାଇଁ ଶିକ୍ଷକମାନେ ଶ୍ରେଣୀଗୃହ ଭିତରେ ଏକ ସୁଇମିଂ ପୁଲ୍ ପ୍ରସ୍ତୁତ କରି ପିଲାମାନଙ୍କୁ ଖେଳିବା ଏବଂ ଉତ୍ତାପରୁ କିଛି ମାତ୍ରାରେ ଆରାମ ପାଇବା ପାଇଁ ପ୍ରସ୍ତୁତ କରିଥିଲେ |ତେବେ ସ୍କୁଲର ଏହି ନିଆରା ଉପାୟକୁ ଭିଡ଼ିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *