Pratidin TV

Odisha's Digital News Platform

ସହର ସାରା ପଡିରହିଛି ଆବର୍ଜନା, କାର୍ଯ୍ୟ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ ଚାଳକ..

1 min read


ଭଦ୍ରକ: ଦରମା ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ କରି ଫାଟକରେ ତାଲା ମାରିଲେ ସଫେଇ ଗାଡି ଚାଳକ । ପୌରପାଳିକାର ୩୦ଟି ୱାର୍ଡ ସମେତ ସହରରୁ ଅଳିଆ, ଆବର୍ଜନା, ମଳ ନିଷ୍କାସନ ଓ ଡ୍ରେନ ସଫା ପାଇଁ ୧୪ଟି ସ୍ୱଛ ଶବାରୀ ଗାଡି, ୯ ଗୋଟି ଟ୍ରାକ୍ଟର, ଗୋଟିଏ ମିନି ଟ୍ରକ, ସେସପୁଲ ଗାଡି ୫ଟି ଓ ଦୁଇଟି ଜେସିବି ଅଛି । ଏହି ଗାଡିର ଡ୍ରାଇଭର ମାନେ ଦୀର୍ଘ ଦିନ ହେବ ସେମାନନଙ୍କର ଦରମା ବୃଦ୍ଧି ନେଇ ଦାବି କରିଥିଲେ ମଧ୍ୟ ପୌର କତ୍ତୃପକ୍ଷ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନଥିଲେ । ଯେଉଁଥିପାଇଁ ଆଜି ଡ୍ରାଇଭର ମାନେ ଷ୍ଟେରିଂ ଛାଡିବା ସହ ଗେଟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି । ତାଙ୍କର ଦାବି ରହିଛି ଯେ ବର୍ଷେ ତଳେ ଯୋଗ ଦେଇଥିବା ଡ୍ରାଇଭର ଦରମା ବୃଦ୍ଧି ହୋଇଥିବା ବେଳେ ବିଗତ କୋଡିଏ ବର୍ଷ ଧରି କାର୍ଯ୍ୟ କରୁଥିବା ଡ୍ରାଇଭରଙ୍କର କାହିଁକି ଦରମା ବୃଦ୍ଧି ହେଉନାହିଁ । ଡ୍ରାଇଭର ମାନେ ଏ ବାବଦରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରାଇଥିଲେ । ଆଉ ଜିଲ୍ଲାପାଳ ମଧ୍ୟ ପୌରପାଳିକାକୁ କାର୍ଯ୍ୟନୁଷ୍ଠାନ ନିମନ୍ତେ ଚିଠି କରିଥିଲେ। କିନ୍ତୁ ପୌରପାଳିକାରେ କତ୍ତୃପକ୍ଷ ଏ କଥାକୁ ଭୃକ୍ଷେପ କରି ନଥିବା କହିଛନ୍ତି ଡ୍ରାଇଭର ମାନେ ।


ତେବେ ଏ ଘଟଣାର ସହରାଞ୍ଚଳ ବିକାଶ ଦାୟିତ୍ୱରେ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମାନସ ରଞ୍ଜନ ରାୟ କହିଛନ୍ତି ଜଣେ ଡ୍ରାଇଭରଙ୍କ ଦରମା ବୃଦ୍ଧି ପାଇଁ ଭୁଲ ବଶତଃ ଏକ ଅର୍ଡର ହୋଇଥିଲା । କିନ୍ତୁ ଏବେ ପୌରାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି କି ସେ ଅର୍ଡରକୁ ଫେରାଇ ନେବାପାଇଁ । ଯେଉଁ ଡ୍ରାଇଭର ମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ । ଏଥିସହ ସାନିଟେସନ ଦାୟିତ୍ୱରେ ଥିବା ଅଧିକାରୀଣୀ ଯେଉଁ ଡ୍ରାଇଭର ମାନଙ୍କୁ ଖରାପ ବ୍ୟବହାର କରିଛନ୍ତି ତାଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *