Pratidin TV

Odisha's Digital News Platform

କାର୍ଯ୍ୟବନ୍ଦ କରି କଟକ ମହା ନଗର ନିଗମ ସମୁଖରେ ଧାରଣା ଦେଲେ ସଫେଇ କର୍ମଚାରୀ…

1 min read


କଟକ: କଟକ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସଫେଇ କର୍ମଚାରୀ । ମାତ୍ର ସେହି ସଫେଇ କର୍ମଚାରୀ ମାନେ ଆଜି ଅବହେଳିତ ଓ ଅତ୍ୟାଚାରିତ । କଟକ ମହାନଗର ନିଗମରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀମାନଙ୍କ ଉପରେ ମହାନଗର ନିଗମର ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ମହାସଂଘ ତରଫରୁ ପୂର୍ବରୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ । ସେମାନଙ୍କ ଦାବି ରହିଥିଲା ଯେ ଶ୍ରମ ଆଇନ ଅନୁଯାୟୀ ସଫେଇ କର୍ମଚାରୀ ମାନଙ୍କୁ ବେତନ ପ୍ରଦାନ କରାଯାଉ । ଏବଂ ଠିକା ସଂସ୍ଥାକୁ CMC ତରଫରୁ ବହିଷ୍କାର କରାଯାଉ । ହେଲେ ଗୋଟିଏ ପଟେ କଟକ ମହାନଗର ନିଗମ ଠିକା ସଂସ୍ଥାକୁ ଅର୍ଥ ଦେଇ ପୋଷୁଥିବା ବେଳେ, ଦୀର୍ଘ ଦିନରୁ ନିଜ ଶ୍ରମ ପ୍ରଦାନ କରିଥିବା ସଫେଇ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ଶ୍ରମ ଆଇନ ଅନୁଯାୟୀ ବେତନ ପ୍ରଦାନ କରାଯାଉ ବୋଲି କର୍ମଚାରୀ ମାନେ ଦାବି କରିଛନ୍ତି । ବର୍ତ୍ତମାନ ଯଦି ତୁରନ୍ତ ଏହାର ସ୍ଥାୟୀ ସମାଧାନ ନ କରାଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହ ଆନ୍ଦୋଳନ କରି କୋର୍ଟର ଦ୍ୱାରସ୍ଥ ହେବା ପାଇଁ ଚେତାବନୀ ଦେଇଛି ସଫେଇ କର୍ମଚାରୀ ମହାସଂଘ ।

Advertisement

Leave a Reply

Your email address will not be published. Required fields are marked *