Pratidin TV

Odisha's Digital News Platform

କୁଏତରେ ପ୍ରାଣ ହରାଇଥିବା ୨ ଓଡିଆଙ୍କୁ ସହାୟତା ରାଶି ଘୋଷଣା କଲେ ନୂଆ ମୁଖ୍ୟମନ୍ତ୍ରୀ ।

1 min read

କୁଏତର ଭୟଙ୍କର ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଅଛନ୍ତି ୨ ଓଡିଆ ପ୍ରବାସୀ । ତେବେ ଆଜି ଓଡିଶାରେ ପହଞ୍ଚିଛି ସେହି ୨ ଓଡିଆଙ୍କ ମୃତଦେହ ।

ତିଗିରିଆର ମହମ୍ମଦ ଜହୁର ଓ ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡଙ୍କ ମୃତଦେହ କେରଳରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ଗାଁ ଅଭିମୁଖେ ଯାଇଛି । ତେବେ ଭୁବନେଶ୍ୱରରେ ସେମାନଙ୍କ ମୃତଦେହ ଆସି ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ଦଳୀୟ ନେତାମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହାପରେ ମୁଖ୍ୟମନ୍ତ୍ରୀ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *