Pratidin TV

Odisha's Digital News Platform

ବଜେଟରେ ବଡ଼ ଘୋଷଣା , ୩୧ଶହ ଟଙ୍କାରେ କିଣାଯିବ ଧାନ..

1 min read

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ ରହିଛି। ବଜେଟରେ କୃଷି ଓ କୃଷଙ୍କୁ ଗୁରୁତ୍ୱ ଦିଆଯାଇଛି। ଏପରିକି କୃଷି ପାଇଁ ୩୩ ହଜାର କୋଟି ଟଙ୍କା ବେଜେଟରେ ବ୍ୟବସ୍ଥା କରାଯାଇଛି।

ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣାଯିବ ବୋଲି ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *