Pratidin TV

Odisha's Digital News Platform

ଆଦିବାସୀ ଝିଅ କୁନମୁନ୍ ଘରେ ଚଟାଣରେ ବସି ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ..

1 min read

ମୁଖ୍ୟମନ୍ତ୍ରୀ ହୋଇବି ତାଙ୍କ ପାଖରେ ନାହିଁ ତିଳେମାତ୍ର ଗର୍ବ । ଆଜି ପୁଣି ଥରେ କିଣିନେଇଛନ୍ତି ଓଡିଶାବାସୀଙ୍କ ମନ । ରାଜ୍ୟ ର ମୁଖିଆ ହୋଇବି କଲେ ଜଣେ ସାଧାରଣ ବ୍ୟକ୍ତିଙ୍କ ଘରେ ଭୋଜନ । କଟକ ବାରଙ୍ଗରେ ଜଣେ ଆଦିବାସୀଙ୍କ ପରିବାରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଥ ସ୍ତରୀୟ ସଦସ୍ୟତା ଅଭିଜାନ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଜଣେ ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଯୁବତୀଙ୍କ କଥା ରଖି ତାଙ୍କ ଘରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ।ଉକ୍ତ ଯୁବତୀ ଜଣକ ହେଲେ କୁନୁମୁନ। ତେବେ ସେଠାରେ କୁନମୁନ ତାଙ୍କୁ ମଧ୍ୟାହ୍ନ ଭୋଜନ ପରଷିଥିଲେ ।

ଯାହାକୁ ଦେଖି ଖୁସି ହୋଇ ଯାଇଥିଲେ ମୋହନ ମାଝୀ ।ତେବେ ତାଙ୍କୁ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସାଙ୍ଗରେ ଡାଲମା ଛତୁ ଭଜା ଶାଗ , ଦହି ବାଇଗଣ , କାକୁଡି ସହିତ ନାନା ପ୍ରକାର ବ୍ୟଞ୍ଜନ କଦଳୀ ପତ୍ରରେ ପରସା ଯାଇଥିଲା। ଯାହାକୁ ଦେଖି ବେଶ ଖୁସିରେ ଖାଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ଏକା ମୁଖ୍ୟମନ୍ତ୍ରୀ ନୁହେଁ ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଅନ୍ୟ ବିଜେପି ନେତା ମଧ୍ୟ ଓଡିଆ ଖାଦ୍ୟର ମଜା ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଛୋଟ କୁଡ଼ିଆରେ ପାଇ ବେଶ ଖୁସି ହୋଇ ଯାଇଥିଲେ କୁନମୁନ । ଏତେ ବଡ ନେତା ତାଙ୍କ କୁଡିଆକୁ ଆସି ମଧ୍ୟାହ୍ନ ଭୋଜନ କରିଥିବାରୁ ବହୁତ ଖୁସି ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *