Pratidin TV

Odisha's Digital News Platform

କଂକ୍ରିଟ ସହର ଭିତରେ ମିଳିବ ଜଙ୍ଗଲ ବୁଲିବାର ମଜା , ଆନନ୍ଦବନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ..

1 min read

ରାଜଧାନୀର ସହର ଭିତରେ ଜଙ୍ଗଲ ବୁଲିବାର ମଜା । ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଆନନ୍ଦ ଦେବ ଆନନ୍ଦବନ । କଂକ୍ରିଟର ସହର ଭିତରେ ପାଇପାରିବେ ଜଙ୍ଗଲର ମଜା । ବୃକ୍ଷ ଲତାରେ ପରିପୂର୍ଣ୍ଣ ଏହି ଜଙ୍ଗଲରେ ପକ୍ଷୀଙ୍କର କିଚିରିମିଚିରି ଶବ୍ଦ ମନକୁ ଟାଣି ଆଣୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଔଷଧୀୟ ବୃକ୍ଷ ସାଙ୍ଗକୁ ଫୁଲଗଛର ସମ୍ଭାର । ଶଙ୍କରପୁର ମୌଜା ମାଳାର କଳିଙ୍ଗନଗର କେ-୭ ଅଂଚଳରେ ୯୦ ଏକର ଜାଗାରେ ପରିବ୍ୟାପ୍ତ ଏହି ଜଙ୍ଗଲ । ଗୋଟିଏ ପାର୍ଶ୍ୱରେ ୬୦ ଏକର । ଅନ୍ୟ ପାଶ୍ୱରେ ୩୦ ଏକର ଜଙ୍ଗଲ । ଉଭୟ ପାର୍ଶ୍ୱକୁ ଯୋଡିବା ପାଇ ନିର୍ମାଣ ହୋଇଛି ଫୁଟ ଓଭର ବ୍ରିଜ । କୃତ୍ରିମ ଉପାୟରେ ଏହାର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯାଇଛି ।

୩୦ କୋଟି ଟଙ୍କା ବ୍ୟୟର ଏହି ଆନନ୍ଦବନ ରାଜଧାନୀବାସୀଙ୍କୁ ସୁରମ୍ୟ ଅରଣ୍ୟର ଆନନ୍ଦ ଦେବ । ସବୁଜ ବନାନୀକୁ ସଂରକ୍ଷିତ କରିବା ସହ ଏକ ସୁସ୍ଥ ସହରୀ ବାତାବରଣରେ ପ୍ରାକୃତିକ ପରିବେଶ ହେଉଛି ଆନନ୍ଦବନ । ୫T ଉପକ୍ରମରେ ଏହି ଆନନ୍ଦବନର ବିକଶିତ କରାଯାଇଛି ।ସକାଳ ୫ଟାରୁୁ ଦିନ ୧୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏହା ଖୋଲା ରହିବ । ଏଠାରେ ସାଇକେଲିଂ ସହ, ଜଙ୍ଗଲ ବୁଲିବାର ମଜା ନେଇ ପାରିବେ ଲୋକେ । ଶୌଚାଳୟ, ଫୁଡ ଜୋନ, ବର୍ଷା ଆଶ୍ରୟସ୍ଥଳ, ପାର୍କିଂ ଭଳି ବ୍ୟବସ୍ଥା ରହିଛି । ଜଙ୍ଗଲ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।ଏହାସହ ଜଙ୍ଗଲ ଭିତରେ ମୟୂର, ଠେକୁଆ ଓ ସାପ ଆଦି ଜୀବଜନ୍ତୁଙ୍କୁ ବି ଦେଖିବାକୁ ମିଳିବ । ଏହା ମହାନଗରୀ, ବନଖଣ୍ଡ ଓ ଓଡ଼ିଶା ମାଇନିଂ କର୍ପୋରେସନ ବିଭାଗର ମିଳିତ ଉଦ୍ୟମର ଏକ ସଫଳ କୃତ୍ରିମ ପ୍ରାକୃତିକ ପରିବେଶ । ବିଶୁଦ୍ଧ ଅମ୍ଳଜାନର ଭଣ୍ଡାର ପାଲଟିଛି ଆନନ୍ଦବନ । ଜଙ୍ଗଲର ସୁରକ୍ଷା ଲାଗି ବ୍ୟାପକ ପରିମାଣର ସିସିଟିଭି ଲାଗିବା ସହିତ ସୁରକ୍ଷାକର୍ମୀ କର୍ମୀଙ୍କୁ ନିୟୋଜିତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *