ସିଙ୍ଗାପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଓଡିଶାକୁ ଆସିବ ପୁଞ୍ଜି
1 min readବିଦେଶ ମାଟିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଦ | ଏଣିକି ବିଦେଶରୁ ଓଡିଶାକୁ ଆସିବ ନିବେଶ | ମୁଖ୍ୟମନ୍ତ୍ରଟି ମୋହନ ଚରଣ ମାଝୀ ସିଙ୍ଗାପୁରରେ ଶିଳ୍ପ ଜଗତର ଶିଳ୍ପ ନେତୃତ୍ୱଙ୍କୁ ଭେଟି ଓଡିଶାକୁ ନିମନ୍ତ୍ରଣ ଦେବେ | ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବରିଷ୍ଠ ପ୍ରତିନିଧି ମଣ୍ଡଳୀ ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି | ତେବେ ସିଙ୍ଗାପୁର ଯିବା ପୂର୍ବରୁ ଏବେଏ ସୂଚନା ଦେଇଛନ୍ତି |
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗ ଦର୍ଶନରେ ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ମୁଁ ସିଙ୍ଗାପୁର ଅଭିମୁଖେ ବାହାରିଛି | ଏ ଯାତ୍ରା ନିଶ୍ଚୟ ସଫଳ ହେବ। ଯେତେବେଳେ ସାରା ବିଶ୍ୱରୁ ଇନ୍ଭେଷ୍ଟର୍ସମାନେ ଭାରତରେ ପୁଞ୍ଜିବିନିଯୋଗ କରିବାକୁ ଚାହିଁବେ, ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ।
ତେବେ ସିଙ୍ଗାପୁରରେ ପହଞ୍ଚି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଶିଳ୍ପାୟନ ପାଇଁ ସିଙ୍ଗାପୁର ବେଶ ପ୍ରସିଦ୍ଧ। ସେଠାରେ ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ତିଆରି ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ କାମ କରୁଛନ୍ତି। ସେହି କମ୍ପାନୀର ଶୀର୍ଷ ନେତୃତ୍ୱଙ୍କ ସହ ଓଡ଼ିଶା ଆଲୋଚନା କରିବ। ପୁଞ୍ଜିପତିଙ୍କୁ ଆମ ରାଜ୍ୟର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଓ ଉନ୍ନତ ଶିଳ୍ପ ନୀତି ସମ୍ପର୍କରେ ଅବଗତ କରାଯିବ। ନିବେଶ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଓଡ଼ିଶାରେ ନିବେଶକରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିବେଶକଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ୟବସାୟ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି। ଭାରତ ବିକାଶର କାହାଣୀରେ ଓଡ଼ିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ଲାଗି ପ୍ରସ୍ତୁତ ରହିଛି । ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ ଆମର ଟିମ୍ ବିଦେଶ ଯାତ୍ରା କରୁଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ଏବଂ ଆଇଟିଇଇଏସ୍ ସିଙ୍ଗାପୁର ଭଳି କେତେକ ବିଶ୍ୱ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ସିଙ୍ଗାପୁର ଏବଂ ପଡ଼ୋଶୀ ଏସିଆନ ଦେଶଗୁଡ଼ିକରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ସାକ୍ଷାତ ଆଲୋଚନା କରାଯିବ। ସେମାନେ ଓଡ଼ିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଓଡ଼ିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜଭୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ ସହିତ ଆଲୋଚନା କରି ଏ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିବେ | ଏହି ଯାତ୍ରା ଯୋଗୁ ଓଡ଼ିଶାରେ ଟେକ୍ସଟାଇଲ୍ସ, କେମିକାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍ସ, ସିପ୍ ବିଲ୍ଡିଂ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରେ । ଏଥିସହ ରାଜ୍ୟରେ ଯୁବପିଢିମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି