Pratidin TV

Odisha's Digital News Platform

ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ୱତନ୍ତ୍ର ବିମାନ ଛାଡ଼ି କଲେ ସାଧାରଣ ବିମାନରେ ଯାତ୍ରା..

1 min read

ବଦାନ୍ୟତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥ ଅଯଥା ଅପଚୟ ଉପରେ ରୋକ ଲଗାଇବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ସମୟରେ  ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନ ବ୍ୟବହାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ଲୋକଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ।

ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଆସୁଛନ୍ତି ମୋହନ ଚରଣ ମାଝୀ । ନିଜର ସାଧାରଣ ଲୋକଙ୍କ ଛବି ବଞ୍ଚେଇ ରଖିବା ଲାଗି ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁଣିଥରେ ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ହରିୟାଣା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାଧାରଣ ବିମାନରେ ଯାତ୍ରା କରିଥିବା ଜଣାପଡିଛି ।

Advertisement

 ତିନି ଦିନିଆ ହରୟାଣା ଓ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀ ତହବିଲକୁ ଅର୍ଥ ବ୍ୟବହାର କରି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଲାଗି ସ୍ୱତନ୍ତ୍ର ବିମାନ ଲିଗାସି 650କୁ ପ୍ରଥମେ ବୁକିଂ କରାଯାଇଥିଲା ।

ଏହି ବିମାନର ତିନି ଦିନର ଭଡା 91 ଲକ୍ଷ 22 ହଜାର ଟଙ୍କା ଥିଲା । ଏହାର ଭଡା ଅଧିକ ହେବାରୁ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ 200 ରେ ମୁଖ୍ୟମନ୍ତ୍ରୀ ଯିବା ପାଇଁ ବିଚାର କରାଯାଉଥିଲା । ଯାହାର ଭଡା ଥିଲା 78 ଲକ୍ଷ 55 ହଜାର ଟଙ୍କା ।

ଉଭୟ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିଲା । ତେଣୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ପ୍ରୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନ କରି ସ୍ୱତନ୍ତ୍ର ବିମାନ ବଦଳରେ ଗସ୍ତ ପାଇଁ ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ 3 ଦିନିଆ ଗସ୍ତରେ ହରିୟାଣା ଓ ମୁମ୍ବାଇ  ଯାଇଛନ୍ତି  ।  ହରିଆଣା ସରକାରଙ୍କ ଶପଥ ପାଠ କାର୍ଯ୍ୟରେ ସାମିଲ ହୋଇଛନ୍ତି  । ଏହା ସହ ସେ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟ ସାମିଲ ହେବେ । ସେହିପରି 18 ତାରିଖରେ କେମ. ଇଣ୍ଡିଆ ଉଦଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ସେହିପରି ମୁମ୍ବାଇରେ ଆୟୋଜିତ ଓଡିଶା ସରକାରଙ୍କ ଶିଳ୍ପ ରୋଡ଼ ସୋ’ରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ।ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ । ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । କାର୍ଯ୍ୟକ୍ରମକୁ କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ । ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ହୋଟେଲ ଓବରାୟରେ ଉତ୍କର୍ଷ ଓଡିଶା : ମେକ ଇନ ଓଡିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗ ଦେବେ । ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।

Leave a Reply

Your email address will not be published. Required fields are marked *