ରାସ୍ତା କଡ଼ରୁ ଦୀପ କିଣି , ବୃଦ୍ଧ ମାଉସୀଙ୍କୁ ୨ ହଜାର ଦେଲେ ମୁଖ୍ୟମନ୍ତ୍ରୀ …
1 min readମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ୧ନଂ ମାର୍କେଟକୁ ଆସିଛନ୍ତି । ସେଠାରେ ଦୀପ, ତେଲ , ସଳିତା, ନଡିଆ , ଆଖୁ , କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ କିଣିଥିଲେ । ପତ୍ନୀ ପ୍ରିୟଙ୍କାଙ୍କ ସହିତ ୧ ନଂ ହାଟ ଯାଇ ଦୀପୀବଳି ପାଇଁ କିଣାକିଣି କରିଛନ୍ତି ।
ଯାହାର ଯେତିକି ଟଙ୍କା ବ୍ୟବସାୟକୁ ସେତିକି ଚଙ୍କା ଦେଇଛନ୍ତି । ଦୋକାନୀଙ୍କର ଭଲ ମନ୍ଦ ବୁଝିବା ସହିତ ଦୋକାନ ଆଗରେ ରାସ୍ତା ଯେମିତି ଭିଡ ନହେବ ତା ଉପରେ ଧ୍ୟାନ ଦେଇଛନ୍ତି ଏବଂ ବିକ୍ରି ଠିକ ଭାବରେ ଯେମିତି ହୋଇପାରିବ ସେ ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ଫୁଟପାଥରକୁ ଆସି ଏଭଳି ଦୀପ କିଣିବା ସାଧାରଣ ବ୍ୟବସାୟୀକୁ ପ୍ରୋତ୍ସାହିତ କରିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଫୁଟପାଥରୁ ଦୀପ କିଣିଥିବାରୁ ଖୁସି ପ୍ରକାଶ କରିଛନ୍ତି ବ୍ୟବସାୟୀ । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଘରେ ଯାଇ ଦୀପ ପହଞ୍ଚିଥାନ୍ତା କିନ୍ତୁ ସେ ତାହା ନକରି ନିଜେ ଦୋକାନରେ ପହଞ୍ଚି ‘ଭୋକଲା ଫର ଲୋକାଲ’ର ବାର୍ତ୍ତା ଦେଇଛନ୍ତି । କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଦୀପ କିଣି ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି ସିଏମ୍ । ପ୍ରତିବର୍ଷ ଠିକ ଏହି ସ୍ଥାନରେ ଦୀପ କିଣିଥାନ୍ତି । ଆଜି ମୁଖ୍ୟମନ୍ତ୍ରୀ ହେବା ପରେ ଭୁଲି ନାହାନ୍ତି ମାଉସୀଙ୍କୁ। ତାଙ୍କ ଦୋକାନକୁ ଯାଇ ଦୀପ କିଣି ବଢ଼ାଇ ଦେଇଛନ୍ତି ଦୁଇ ହଜାର ଟଙ୍କା । ଯାହାପରେ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ଦୀପ ବିକୁଥିବା ବୃଦ୍ଧା ଜଣକ । ମୁଖ୍ୟମନ୍ତ୍ରୀଙ୍କ ପାଦ ତାଙ୍କ ଦୋକାନ ରେ ପଡ଼ି ସେ ଆଜି ଧନ୍ୟ ହୋଇଯାଇଥିବା କହିଛନ୍ତି ।