Pratidin TV

Odisha's Digital News Platform

ସ୍ଥଳଭାଗ ମୁହାଁ ‘ଦାନା’, ବାତ୍ୟା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା …

1 min read

ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୬୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ଆଜି ମଧ୍ୟାହ୍ନରେ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୯ଟି ଜିଲ୍ଲାର ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କ ସହ କରିଛନ୍ତି ସମୀକ୍ଷା। ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ସଚିବମାନଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ମନ୍ତ୍ରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Advertisement

ସେହି ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବା ନେଇ ଖବର ପାଇଲେ ତୁରନ୍ତ ତାହାକୁ ନିରିକ୍ଷଣ କରି କାର୍ଯ୍ୟାନୁଷ୍ଠାନଗ୍ରହଣ କରିବୁ। ଲୋକମାନେ ନିର୍ଭୟରେ ଆଶ୍ରୟ ସ୍ଥଳରେ ରହିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *