Pratidin TV

Odisha's Digital News Platform

ଆକାଶରୁ ମୁଖ୍ୟମନ୍ତ୍ରୀ ଦେଖିବେ ମାଲକାନଗିରି ବନ୍ୟାଞ୍ଚଳ

1 min read

ବନ୍ୟା ସ୍ଥିତର ସମୀକ୍ଷା ପାଇଁ ଏଲଇ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର କରିବେ ସମୀକ୍ଷା | ମାଲକାନଗିରି ଜଳ ପ୍ରଳୟ ହେତୁ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ରାସ୍ତା ଭାସି ଯାଇଛି | ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି | ପ୍ରବଳ ବର୍ଷା ଯୋଗୁଁ ୬ଟି ଓଡ୍ରାଫ ଓ ୫ଟି ଅଗ୍ନିଶ୍ରମ ଟିମ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି | ସେମାନେ ପ୍ରାୟ ୧୭00 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ମଧ୍ୟ ସ୍ଥାନାନ୍ତରିତ କରିଛନ୍ତି | ଏବେ କ୍ରମଶଃ ଏହି ଘଟଣାରେ ସୁଧାର ଆସୁଛି |

ମାଲକାନଗିରିରେ ବହୁ ସଂଖ୍ୟାରେ ନୁଆଁଣିଆ ବ୍ରିଜ ଥିବା ଯୋଗୁଁ ପ୍ରତିବର୍ଷ ବଷା ଦିନେ ବନ୍ୟା ପରିସ୍ଥିତି ଉପୁଜିଥାଏ | ତେଣୁ ଏହା ବଦଳରେ ନୂଆ ବ୍ରିଜ କାମ ଚାଲୁଥିବା ବେଳେ ତାହା ଖୁବ ମନ୍ଥର ଗତିରେ ଚାଲୁଛି | ଯେଉଁଥିପାଇଁ ପ୍ରତିଥର ଏଭଳି ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ | ତେଣୁ ଆଜି ଏହି ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଆଜି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବାର କାର୍ଯ୍ୟକ୍ରମ ରହିଛି | ଏହାପରେ ସେ ହେଲିକେପ୍ଟର ମାଧ୍ୟମରେ ବନ୍ୟାଞ୍ଚଳ ବୁଲି ଦେଖିବେ | ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ | ଏହାପରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତରେ ମୁକାବିଲା ନେଇ ସମୀକ୍ଷା ବୈଠକରେ ଯୋଗ ଦେବେ | ଏହି ବୈଠକରେ ମାଲକାନଗିରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ | ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ କ୍ଷତି ପୁରାଣ ଦେବାକୁ ତ୍ୱରିତ ପଦକ୍ଷପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି |

Advertisement

Leave a Reply

Your email address will not be published. Required fields are marked *