Pratidin TV

Odisha's Digital News Platform

ଟ୍ରକ୍‌ ଡ୍ରାଇଭରଙ୍କୁ ‘ଔକାତ’ ପଚାରିବାରୁ,ଜିଲ୍ଲାପାଳଙ୍କୁ କ୍ଷମତାରୁ ହଟାଇ ଦେଲେ ମୁଖ୍ୟମନ୍ତ୍ରୀ…

1 min read

ମଧ୍ୟପ୍ରଦେଶ: ମହଙ୍ଗା ପଡିଲା ଟ୍ରକ ଡ୍ରାଇଭରଙ୍କୁ ଔକାତ ପଚାରିବା । ଔକାତ ଜାଣିବା ପୁର୍ବରୁ ନିଜର ପଦ ହରାଇ ବସିଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ଉକ୍ତ ଜିଲ୍ଲାପାଳଙ୍କ ବିରୋଧରେ ନେଲେ ବଡ ପଦକ୍ଷେପ । ତେବେ ହିଟ୍ ଆଣ୍ଡ୍ ରନ୍ ଆଇନ୍ କୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଡ୍ରାଇଭରଙ୍କୁ ଔକାତ ପଚାରିଥିବା ଶାଜାପୁର ଜିଲ୍ଲାପାଳ କିଶୋର କନ୍ୟାଲଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ସମୃକ୍ତ ଅଧିକାରୀଙ୍କୁ ହଟାଇବା ପାଇଁ ମୂଖ୍ୟମନ୍ତ୍ରୀ ମୋହନ ଯାଦବ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବିକ ମଙ୍ଗଳବାର ସାରା ଦେଶରେ ଟ୍ରକ୍ ଓ ଡମ୍ପର ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ରାଜ୍ୟରେ ରାସ୍ତା ଉପରେ ଟ୍ରକ୍ ରଖି ଚକା ଜାମ କରି ରାଜପଥ ଅବରୋଧ କରିଥିଲେ । ଏହି ସମୟରେ ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ଡ୍ରାଇଭରଙ୍କ ସହ କଥାବର୍ତ୍ତା କରୁଥିବା ବେଳେ ରାଗିଯାଇଥିଲେ ଜିଲ୍ଲାପାଳ । ଏମିତିକି ଡ୍ରାଇଭରଙ୍କୁ ତାଙ୍କ ଔକାତ କ’ଣ ଅଛି ବୋଲି ପ୍ରଶ୍ନ କରିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Advertisement

ତେବେ ମୂଖ୍ୟମନ୍ତ୍ରୂ ଡ. ମୋହନ ଯାଦବ ଶାଜାପୁରରେ ଟ୍ରକ ଡ୍ରାଇଭର ଏବଂ ପ୍ରଶାସନ ମଧ୍ୟରେ ବୈଠକ ସମୟରେ ଜିଲ୍ଲାପାଳଙ୍କ ଏପରି ଶବ୍ଦକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଅଫିସରଙ୍କ ଭୁଲକୁ ଗ୍ରହଣ କରାଯିବା ନାହିଁ । ଅଧିକାରୀମାନେ ଗରିବଙ୍କ କାର୍ଯ୍ୟ ଏବଂ ଭାବନାକୁ ସମ୍ମାନ ଦେବା ଉଚିତ ବୋଲି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଗରିବଙ୍କ ଉନ୍ନତି ପାଇଁ କାମ କରୁଛୁ । ଏହି ପରୀପ୍ରେକ୍ଷୀରେ ଅଧିକାରୀ ଯେତେ ବଡ ହୁଅନ୍ତୁ ନା କାହିଁକି ଗରିବଙ୍କ କାର୍ଯ୍ୟ ଓ ଭାବଙ୍କୁ ସମ୍ମାନ ଜଣାଇବା ଦରକାର । ଆମ ସରକାରରେ ଏହା ଆଦୈା ଗ୍ରହଣୀୟ ନୁହେଁ । ତେଣୁ ଏପରି ଅଧିକାରିଙ୍କୁ ମୈଦାନରେ ରହିବାର ଅଧିକାର ନାହିଁ ।

Leave a Reply

Your email address will not be published. Required fields are marked *