୭୮ ବର୍ଷରେ ପାଦ ଥାପିଲେ ସୁପ୍ରିମୋ ; ହେଲେ ପାଳିବେ ନାହିଁ ଜନ୍ମଦିନ ..
1 min readଭୁବନେଶ୍ୱର ; ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବାପା ଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ଥାପିଥିଲେ । ଦୀର୍ଘ ୨୩ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ନବୀନ । ଆଜି ତାଙ୍କ ଜନ୍ମଦିନ , ୭୮ ବର୍ଷରେ ପାଦଥାପିଛନ୍ତି । ତଥାପି ଥକିନି ତାଙ୍କ ପାଦ ୨୩ ବର୍ଷ ପୂର୍ବର ନବୀନ ଯେମିତି ଥିଲେ ଆଜିବି ସେଭଳି ମାଡିଚାଲିଛନ୍ତି ନିଜ କର୍ତ୍ତବ୍ୟ ପଥରେ ।
୨୦୧୭ ମସିହାରେ ଶେଷଥର ପାଇଁ ସେ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ତା’ପରଠୁ ବିଭିନ୍ନ କାରଣ ଦର୍ଶାଇ ନବୀନ କ୍ରମାଗତ ଭାବେ ନିଜର ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି । ଚଳିତ ବର୍ଷ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ ।ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ଉଗଙ ପକ୍ଷରୁ ସୂଚନା ଦିଆଯାଇଛି।
-୨୦୧୬ ମସିହାରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସମ୍ମାନରେ ନିଜର ଜନ୍ମଦିନ ପାଳନ କରିନଥିଲେ ।
-୨୦୧୮ ମସିହାରେ ନବୀନ ରାଜ୍ୟରେ ‘ତିତଲି’ ବାତ୍ୟା ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଦଳୀୟ ନେତା,କର୍ମୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଯିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।
-୨୦୧୯ ମସିହାରେ ‘ଫନି’ ବାତ୍ୟା କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ।
-୨୦୨୦ /୨୦୨୧ ରେ କୋଭିଡ୍ ମହାମାରୀ କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ।
-୨୦୨୨ରେ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ।
ଆଗରୁ ରାଜନୀତିର କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି। ନିଜର କର୍ତ୍ତବ୍ୟ ଆଉ କଠୋରତାକୁ ରାଜନୈତିକ କ୍ଷେତ୍ରରେ କିଭଳି ବ୍ୟବହାର କରିବେ ତାହା ସୁର୍ପିମୋଙ୍କୁ ଭଲସେ ଜଣା ।