Pratidin TV

Odisha's Digital News Platform

ବିରୋଧୀଙ୍କ ଜବାବର ଓଲଟା ପ୍ରଶ୍ନ କରିବା ସହ ଚପର ପିଛା ଖର୍ଚ୍ଚ କେତେ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାର ମୌସୁମୀ ଅଧିବେଶନର ୨ୟ ଦିନରେ ସିଏମଓଙ୍କ ଜନଶୁଣାଣି । ଆଜି ବିଧାନସଭାରେ ନିଜ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ରଖିବା ସହ ବିରୋଧଙ୍କୁ ଓଲଟା ପ୍ରଶ୍ନ କଲେ ନବୀନ । ୫ଟି ସଚିବଙ୍କ ଗସ୍ତକୁ ନେଇ ଚାଲିଥିବା ବାଦ ବିବାଦକୁ ନେଇ ଉତ୍ତର ଦେବା ସହ ପାଖକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା କଣ ଭୁଲ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ସେବାରେ ବିଭିନ୍ନ ଜାଗାକୁ ଯିବା ପଛରେ କେତେକଣ ଖର୍ଚ୍ଚ ହୋଇଥିବା ତାର ମଧ୍ୟ ହିସାବ ଦେଲେ ନୀବନ । ଅଳ୍ପ ସମସ୍ୟ ଭିତରେ କରାଯାଇଥିବା ସମାଧାନ ପଛରେ କେତେ କଣ ଖର୍ଚ୍ଚ ହୋଇଛି ତାର ମଧ୍ୟ ଛତ୍ତର ରଖିଛନ୍ତି । ଦୀର୍ଘ ମାସ ହେଲା ବିରୋଧୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଆଜି ସମସ୍ତଙ୍କ ସାମ୍ନାରେ ରଖିଥିଲେନବୀନ । ଏଥିସହ ୫ଟି ସଚିବଙ୍କ ଗସ୍ତକୁ ନେଇ ଯେଉଁ ବିବାଦ ଆରମ୍ଭ ହୋଇଥିଲା ତାର ମଧ୍ୟ ଉତ୍ତର ରଖିଲେ ମୁଖ୍ୟନ୍ତ୍ରୀ । ସେ କହିଛନ୍ତି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୋ ସରକାର ସର୍ବଦା ପ୍ରାଥମିକତା ଦେଇଆସୁଛି । ମହାମାରୀ କରୋନା ପାଇଁ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରିଆସୁଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ନିଜର ଅଭିଯୋଗ ଉପସ୍ଥାପନ କରୁଥିଲେ ଏବଂ ଏହାର ସମାଧାନ ପାଇଁ ଏକ ଦୃଢ ବ୍ୟବସ୍ଥା ଥିଲା । କୋଭିଡ୍ ପାଇଁ ୨ବର୍ଷ ହେଲା ଅଭିଯୋଗ କୋଠରୀ ବନ୍ଦ ରହିଥିଲା । ସ୍ୱାଭାବିକତା ଫେରିବା ପରେ ପୁଣି ଜନ ଶୁଣାଣି ଆରମ୍ଭ କରାଯାଇଥିଲା । ଲୋକଙ୍କ ଖର୍ଚ୍ଚକୁ କମ କରିବାକୁ ଯାଇ ଭୁବନେଶ୍ୱର ବଦଳରେ ଲୋକଙ୍କପାଖକୁ ନିଜେ ସରକାର ପହଞ୍ଚିଥିଲେ । ପ୍ରତ୍ୟକ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଚପରର ବ୍ୟବହାର କରାଯାଇଛି । ତା ବାବଦକୁ ସାଢେ ୩ବର୍ଷରେ ୪୦ କୋଟି ଖର୍ଚ୍ଚ ହୋଇଛି । ଯଦି ଆକାଶମାର୍ଗରେ ନଯାଇ ସଡକ ମାର୍ଗ ଦେଇ ଯାଇଥିଲେ ୬ମାସ ଭିତରେ ଯେଉଁ ସମସ୍ୟା ସମାଧାନ କରାଯାଇଛି ତାହାକୁ ଦେଢ ବର୍ଷ ଲାଗି ଥାନ୍ତା ।

ଦିନ ୧୦ଟାରୁ ଆରମ୍ଭ କରି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଜାଗାରେ ଶୁଣାଣି ହେଉଥିଲା । ଏହି ୬ ମାସ ମଧ୍ୟରେ ୧୯୦ ରୁ ଅଧିକ ସ୍ଥାନରେ ସିଏମଓ ପହଞ୍ଚିଥିଲା । ପ୍ରତିଦିନ ୩ ରୁ ୫ଟି ସ୍ଥାନ ଆବୃତ କରାଯାଉଥିଲା ଏବଂ ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ ୫.୪୪୨ ଟି ଆବେଦନ ସଂଗ୍ରହ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୪୩,୫୩୬ ଟି ଆବେଦନ ସମାଧାନ ହୋଇସାରିଛି । ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବାକୁ ମୁଁ କହିଥିଲି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ । ଯଦି ଲୋକଙ୍କ ପାଖକୁ ଯାଇ ସିଏମଓ ସମସ୍ୟା ବୁଝୁଛି ତେବେ ଏଥିରେ ଅସୁବିଧା କେଉଁଠି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ରାଜନୀତି କାରଣରୁ ଏହାର ବିରୋଧ ନ କରାଯାଉ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଶୁଣତିବା ପରେ ବିରୋଧ ଦଳ ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *