ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ୍ଘାଟ୍ : ଜାଣନ୍ତୁ କେଉଁ କେଉଁ ବିଷୟରେ ହେଲା ଆଲୋଚନା ?
1 min readଭୁବନେଶ୍ୱର : ୩ ଦିନିଆ ଓଡିସା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି ନବୀନ ନିବାସରେ ପହଞ୍ଚିଥିଲେ । ସେଠାରେ ମମତା ଦିଦିଙ୍କୁ ଖୁବ୍ ସମ୍ମାନର ସହ ସ୍ୱାଗତ ଜଣାଯାଇଥିଲା । ତେବେ ଏହାପରେ ଦୁହିଁଙ୍କ ମଧ୍ୟରେ ‘କୌଣସି ରାଜନୈତିକ ପ୍ରସଙ୍ଗ ଗଭୀର ଭାବେ ଆଲୋଚନା ହୋଇନି’ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମୁଖ୍ୟମନ୍ତ୍ରୀ ନିଜେ ସୂଚନା ଦେଇଥିଲେ ।
ମମତାଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ‘ସଂଘୀୟ ବ୍ୟବସ୍ଥା ଅଧିକ ସ୍ଥିର ଓ ସୁଦୃଢ଼ ରହିବା ଆବଶ୍ୟକ’ ।ନବୀନଙ୍କ କଥାକୁ ସମର୍ଥନ ଜଣାଇଲେ ମମତା ବାନାର୍ଜୀ । ଏହା ସହ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପୁରୀରେ ଗେଷ୍ଟ ହାଉସ ନିର୍ମାଣ ପାଇଁ ଜାଗା ଦେଇଥିବାରୁ ନବୀନଙ୍କ ନିକଟରେ କୃତଜ୍ଞ କହିବା ସହ ଧନ୍ୟବାଦ ଜଣାଇଥିଲେ ମମତା ।
ମମତାଙ୍କୁ ହକି ବିଶ୍ୱକପର ଟି ସାର୍ଟ ପ୍ରଦାନ କରିବା ସହ ୩ଟି ରଥର ପ୍ରତିକୃତି ପ୍ରଦାନ କରିଥିଲେ ନବୀନ ପଟ୍ଟନାୟକ ।ତେବେ
ଦୀଘାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବ ବୋଲି ମମତା କହିଛନ୍ତି । ଏଥିସହ ମନ୍ଦିର ପ୍ରତିଷ୍ଠାରେ ନବୀନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମମତା ।