Pratidin TV

Odisha's Digital News Platform

ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ତେବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ସେ ଗୀତା ମେହେଟ୍ଟାଙ୍କ ବାସଭବନରେ ପହଞ୍ଚି ଶେଷକୃତ୍ତ୍ୟରେ ଯୋଗଦେଇଛନ୍ତି । ଗୀତା ମେହେଟ୍ଟା ପେଶାରେ ଜଣେ ଲେଖିକା ସହ ଜଣେ ସମାଜସେବୀ ଥିଲେ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଭଉଣୀ । ଗତକାଲି ରାତିରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ୧୯୪୨ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟଙ୍କର ସେ ଏକମାତ୍ର କନ୍ୟା ।

Advertisement

Leave a Reply

Your email address will not be published. Required fields are marked *