ପୁରୀ ଗ୍ରସ୍ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ
1 min readପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସିଧା ସିଧା ପୁରୀକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦିନ ୧୦ଟା ୧୦ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଠିକ୍ ୧୦ଟା ୧୫ ମିନିଟରେ ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିବେ । ୧୦ଟା ୧୫ରେ ପୁରୀରେ ପହଞ୍ଚିବେ ବୋଲି କୁହାଯାଇଛି । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିବେ ।ପରେ ପରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ ।
ପ୍ରକାଶ ଯେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ । ରଥ ପ୍ରତିଷ୍ଠା ପରେ ସମସ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଛି । ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଛନ୍ତି ୩ ଠାକୁର । ଚକ୍ରରାଜ ସୁଦର୍ଶନ ପ୍ରଥମେ ରଥାରୁଢ଼ ହୋଇଥିବା ବେଳେ ପରେ ତାଳଧ୍ୱଜରେ ବିଜେ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର । ପରେ ଦେବୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଛନ୍ତି । ବଡ ଭାଇ ବଳଭଦ୍ରଙ୍କ ପରି ମୁଣ୍ଡରେ ଟାହିଆ ଲଗଇ ଭକ୍ତଙ୍କ ଗହଣରେ ଝୁଲିଝୁଲି ଆସି ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥ ବିଜେ କରିଛନ୍ତି ।
ସୂଚନା ମତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ୩ ଘଣ୍ଟା ଆଗୁଆ ରହିଛି ବୋଲି ଜଣାପଡ଼ିଛି । କରୋନା ପାଇଁ ୨ ବର୍ଷ ପରେ ବଡ଼ ଦାଣ୍ଡରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ ।