Pratidin TV

Odisha's Digital News Platform

ପ୍ରଚାର ମୈଦାନରେ ଶୁଭିଲା ରାହିମୋହନ ଙ୍କ ସ୍ୱର , କଲେ  ନବୀନଙ୍କ ପାଇଁ ଯୋଡି ଶଙ୍ଖ ପ୍ରଚାର…

ଯୋଡିଶଙ୍ଖ ପ୍ରଚାର କଲେ ଭେଟେରାନ ଅଭିନେତା ସ୍ୱର୍ଗତ ରାଇମୋହନ ପରିଡା । ଏ କଥା ହୁଏତ ଅସମ୍ଭବ କାରଣ ଭେଟେରାନ ଅଭିନେତା ରାହିମୋହନ ପରିଡା ଏବେ ଆଉ ଆମ ଗହଣରେ ନାହାଁନ୍ତି ସେ ଅଫେରା ରାଇଜର ଅତିଥି ସାଜିଛନ୍ତି । ହେଲେ ଆଜି ତାଙ୍କୁ ମନେ ପକାଇ ତାଙ୍କରି ଷ୍ଟାଇଲରେ ଚାଲିଛି ଜୋଡିଶଙ୍ଖର ପ୍ରଚାର ।ଷ୍ଟେଜ ଉପରେ ରାଇମୋହନ ଙ୍କ ଦାମଦାର ଡାଇଲଗ୍ ରେ ଚାଲିଛି ଜୋଡିଶଙ୍ଖର ପ୍ରଚାର ।

ସୂଚନାନୁଯାୟୀ ଗଞ୍ଜାମ ଜିଲା କନିଷିଠାରେ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ଛନ୍ତି, ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଜୋସ ଓ ସମାଗମ ଭଲପାଇବା ଓ ସ୍ନେହ ବାର୍ତ୍ତା ଦେଉଛି । ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ଅଜସ୍ର ସଫଳତା ମିଳୁଛି। ଶତ ପ୍ରତିଶତ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।ଆପଣଙ୍କ ଆୱାଜ ସାରା ଓଡ଼ିଶାରେ ପହଞ୍ଚାଇବାର ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।….

Leave a Reply

Your email address will not be published. Required fields are marked *