ମୁଖ୍ୟମନ୍ତ୍ରୀ ନବୀନଙ୍କ ଗ୍ୟାରେଣ୍ଟି…ଜୁନ ୯ରୁ ବିଜୁଳି ବିଲ ଛାଡ଼
1 min readମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍ ଜୁହାର୍ । ବିଏସକେୱାଇ ଯୋଜନା ଭଲ କି ? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା ସମଲେଇ ପ୍ରକଳ୍ପ କାମ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜୁଲାଇ ମାସରୁ ଆପଣଙ୍କ ବିଜୁଳୀ ବିଲ ଆସିବ ନାହିଁ । ବିଜେଡି ସରକାର ବିଜୁଳୀ ମାଗଣା ଦେବେ । ଆପଣ ମାନେ ଖୁସି ତ ! ନିଜର ନିଆରା ଅନ୍ଦାଜରେ ଜନସଭାକୁ ସମ୍ବୋଧନ କରି ଜନସମୁଦ୍ରରେ ଖୁସିର ଲହରୀ ଖେଳାଇ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଉରକେଲା ସମେତ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ଗସ୍ତ କରି ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ସେ ରାଉରକେଲା ଠାରେ ପହଞ୍ଚି ଜନସଭାକୁ ସମ୍ବୋଧନ କରିଥିଲେ । ରାଉରକେଲା ଓ ସୁନ୍ଦରଗଡ ଅଞ୍ଚଳକୁ ଆହୁରି ବିକଶିତ କରିବାକୁ କହିଥିଲେ । ରାଉରକେଲା ଠାରେ ସଭାକାର୍ଯ୍ୟ ସାରିବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅର୍ନ୍ତଗତ ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକରେ ପହଞ୍ଚିଥିଲେ । ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ତଥା ନିଜର ପ୍ରିୟନେତାଙ୍କୁ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଜନସମାଗମ ହୋଇଥିଲା । ତାଙ୍କ ମୁହଁରୁ ଦୁଇପଦ କଥା ଶୁଣିବାକୁ ସମସ୍ତଙ୍କ ମନରେ ଉତ୍ସାହ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ବିପୁଳ ମାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କର୍ମକର୍ତ୍ତାମାନେ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସଭାରେ ନିଜର ଅବିଭାଷଣ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ ଜଣାଇଥିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିକଶିତ ଓଡିଶା ଗଠନ ହେଉଛି । ଜନତାଙ୍କ ମୌଳିକ ସମସ୍ୟାର ସମାଧାନ କରିବା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି । ଗତଥର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଥିବାବେଳେ ଆପଣମାନେ ଅଭିଯୋଗ ପତ୍ର ଜରିଆରେ ଯାହା ଜଣାଇଥିଲେ ତାହା ସବୁ ପୂରଣ ହୋଇଛି ଆଉ କିଛି କାମ ଖୁବ ଶୀଘ୍ର ପୂରଣ ହେବ । ବିଜୁଳୀ ସମସ୍ୟା କଥା ଆପଣମାନେ ଜଣାଇଥିଲେ । ଏହି ମଞ୍ଚରୁ ଆପଣ ଖୁସି ଖବର ଶୁଣିନିଅନ୍ତୁ ଆସନ୍ତା ଜୁଲାଇ ମାସରୁ ଆପଣଙ୍କର ବିଜୁଳୀ ମଗଣା ହେବ । ଏହା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି । ନୂଆ ଓଡିଶା ଗଠନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ତାକୁ ପୂରଣ କରିବାକୁ ହେଲେ ଆପଣମାନଙ୍କୁ ଏଥର ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ହେବ ବୋଲି ନିବେଦନ କରିଥିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ମଞ୍ଚ ଉପରୁ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରିଥିଲେ ୫ଟି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ୨୦୧୪ ରେ ସେମାନେ କହିଥିଲେ ବିଜେପି ସରକାର ଗଠନ ହେଲେ ଦରଦାମ କମାଇବାକୁ କହିଥିଲେ । କମିଲା କି ? ଏଠାରେ ଭାରତୀୟ ଜନତା ପାର୍ଟିର ଯିଏ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଗୋଟିଏ ଗୋଟିଏ ଦସ୍ତଖତ ମା ମାନଙ୍କ ଆଖିରୁ ଲୁହ ଝରାଇଛି । କୁଚିଣ୍ଡା, ଦେବଗଡ, ଛେଣ୍ଡିପଦା,ଆଠମଲ୍ଲିକ, ସମ୍ବଲପୁର ଅଞ୍ଚଳର ମା ମାନଙ୍କୁ ଦୁଖଃ କଷ୍ଟ ଦେଇଛନ୍ତି । ବଡବଡ କମ୍ପାନୀକୁ ଲାଭଦେବା ପାଇଁ ଆଦିବାସୀ ଗରୀବଙ୍କ ପେଟରେ ଲାତ ମାରଛନ୍ତି ଏଠାକାର ବିଜେପି ପ୍ରାର୍ଥୀ । ଏବେ ନିର୍ବାଚନ ଆସିବାରୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସମଲେଇ ମା ଙ୍କ ପ୍ରକଳ୍ପର ଋପାନ୍ତରଣ କାମକୁ ରୋକିବା ପାଇଁ ଲାଗିପଡିଥିଲେ । ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି । କିନ୍ତୁ ଆପଣଙ୍କ ପାଖରେ ରହିଥିବା ପ୍ରଣବ ପ୍ରକାଶ ଦାସ ମା ଙ୍କ କାମ ପୂରା କରିବାକୁ ଲାଗିପଡ଼ିଥିଲେ ।
ମୁଖ୍ୟମନ୍ତ୍ରୀ କଲେଜ ଛାତ୍ରଛାତ୍ରୀଙ୍କୁ ନୂଆ ଓ ସ୍କୋଲାରସିପ ଦେଇଛନ୍ତି । ଏଠି ଛିଡା ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିବେ କି କେତେ ପିଲାଙ୍କୁ ବୃତ୍ତି ଦେଇଛନ୍ତି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ । ପ୍ରଥମ ହେଲା ବିଜୁଳୀ ବିଲ ଛାଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ । ୬୦ ବର୍ଷ ହୋଇଥିବା ମିଶନ ଶକ୍ତି ମା ମାନଙ୍କୁ ପେନସନ ପ୍ରଦାନ । ଏହା ହେଉଛି ନବୀନ ଗ୍ୟାରେଣ୍ଟି । ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି । ପ୍ରଣବ ପ୍ରକାଶ ହେଉଛନ୍ତି ଓଡିଶା ମାଟିର ଲଢୁଆ ପୁଅ । ସେ ଆପଣଙ୍କ ପାଇଁ ଭୁବନେଶ୍ୱରରେ ଲଢେଇ କରିବେ, ଦିଲ୍ଲୀରେ ଲଢେଇ କରିବେ । ତେଣୁକରି ଆପଣମାନେ ପ୍ରଣବ ପ୍ରକାଶ ଓ ବିଜୁ ଜନତା ଦଳର ଆପଣଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନସଭାକୁ ପ୍ରବଳ ମାତ୍ରାରେ ଜନସମାଗମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି । ନବୀନ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ସମ୍ପୁର୍ଣ୍ଣ ଭରସା ରହିଥିବାବେଳେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ବିରୋଧୀ ମାନେ ଖୁବଶୀଘ୍ର ଏହାର ଜବାବ ପାଇବେ ବୋଲି ମତପ୍ରକାଶ ପାଉଛି ।