Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିଆରା ରୂପ : ବିଲେଇ ସହ କଥାହେଉଥିଲେ , ଭାଇରାଲ ହେଲା ଭିଡିଓ..

1 min read

ଉତ୍ତରପ୍ରଦେଶ :ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଆରା ରୂପ । ବିଲେଇ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଯାହାର ଭିଡିଓ ହେଲା ଭାଇରାଲ । ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓଟି ଅତ୍ୟନ୍ତ ହୃଦୟସ୍ପର୍ଶୀ । ଯିଏ ଭିଡିଓ ଦେଖୁଛନ୍ତି ତାଙ୍କୁ ପ୍ରଶଂସା କରୁଛନ୍ତି ।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଏଡି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସକ ହୋଇଯିବେ । ଏହି ଭିଡିଓରେ ଏକ ବିଲେଇ ମଧ୍ୟ ଦେଖିବାକୁ ମିଳୁଛି । ଆପଣ ଭିଡିଓରେ ଦେଖିପାରିବେ ଯେ ସୋଫାରେ ବସିଥିବା ବିଲେଇଙ୍କ ସହ ମୁଖ୍ୟମନ୍ତ୍ରୀ ଠିଆ ହୋଇଛନ୍ତି । କ’ଣ ଖାଇବୁ ବୋଲି ସେ ବିଲେଇକୁ ବାରମ୍ବାର ପ୍ରଶ୍ନ କରୁଛନ୍ତି । ଯେଉଁଥିରେ ସିଏମ୍ ଏବଂ ବିଲେଇଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳେ ।

Advertisement

ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେ ପଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବହୁତ ଭଲପାଇବା ଅଛି । ଏହି ଭିଡିଓକୁ ଜଣେ ଟ୍ୱିଟର ବ୍ୟବହାରକାରୀ ପୋଷ୍ଟ କରିଛନ୍ତି । ଭିଡିଓ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସିଏମ ଯୋଗୀଙ୍କ ସମର୍ଥକଙ୍କ ଉତର ମଧ୍ୟ ଆସୁଛି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଜୟ ଶ୍ରୀ ରାମ । ବର୍ତମାନ ପର‌୍ୟ୍ୟନ୍ତ ହଜାର ହଜାର ଲୋକ ଏହି ଭିଡିଓକୁ ଦେଖିଥିବା ବେଳେ ଏହାକୁ ମଧ୍ୟ ବହୁମାତ୍ରାରେ ସେୟାର କରାଯାଉଛି ।

https://twitter.com/Sudhir_mish/status/1615396902501244929

Leave a Reply

Your email address will not be published. Required fields are marked *