Pratidin TV

Odisha's Digital News Platform

କଟକ ଲସି ଦୋକାନୀଙ୍କୁ ପ୍ରଥମ ୱାର୍ଣିଂ ଦେଇଦେଲା CMC

1 min read

କଟକର ବିଭିନ୍ନ ସରବତ ଦୋକାନ ଓ ଲସି ଦୋକାନରେ ଏବେ CMC ଫୁଡ ସ୍କ୍ୱାର୍ଡର ଯାଞ୍ଚ | ଆପଣ ଖରା ଦିନେ ପିଉଥିବା ଖରାଦିନେ ଲସିରେ ମିଶୁଛି ଅନେକ ପ୍ରକାର ରଙ୍ଗ | ଏବେ କଟକ CMC ସବୁପ୍ରକାର କରୁଛି ଯାଞ୍ଚ | CMC ଫୁଡ ସ୍କ୍ୱାର୍ଡ ଏହି ସବୁର ଯାଞ୍ଚ କରିବା ସହିତ ସାବତ ଦୋକାନୀ ମାନେ ଠିକ ଭାବରେ ଗ୍ଲସ ଧୋଇବା ଏବଂ ଗ୍ରାହକମାନଙ୍କୁ ପରିସ୍କାର ଭାବେ ସରବତ ଲସି ଦେଉଛନ୍ତି ନ ନାହିଁ ଏବଂ ସରବତ ଏବଂ ଲସିରେ କଣ ମିଶାଉଛନ୍ତି ତାହା ଖାଦ୍ୟ ଉପଯୋଗୀ କି ନାହିଁ ତାହାର କରୁଛନ୍ତି ଯାଞ୍ଚ |

ତେବେ ଯାଞ୍ଚ କରିବା ପରେ ଫୁଡ ସ୍କ୍ୱାର୍ଡର ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି କିଛି ଦୋକାନୀ ବ୍ୟବହାର କରୁଥିବା ଗ୍ଲାସ ଠିକ ଭାବରେ ଧୁଆଧୋଇ କରୁନାହାନ୍ତି | ଏବଂ ତା’ ସହ ସରବତରେ କିଛି ଏସେନ୍ସ ମିଶା ଯାଉଛି | ଯାହା ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ | ତେବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଯାଞ୍ଚ ବେଳେ କରାଯାଇଛି ବାରଣ | ଆଗକୁ ବ୍ୟତିକ୍ରମ ଦେଖା ଗଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରାଯିବ |

Advertisement

ଅପରପକ୍ଷେ ୮0 ବର୍ଷ ଧରି ସରବତ ବ୍ୟବସାୟ କରୁଥିବା ବ୍ୟବସାୟୀ କହିଛନ୍ତି ଏହା CMC ର ରୁଟିନ ଚେକ ଯାହା ପ୍ରତିବର୍ଷ ହୋଇଥାଏ | ଏବଂ ଏହା ହେବା ମଧ୍ୟ ଆବଶ୍ୟକ | ଏହା ଦ୍ଦ୍ୱାରା ଯେଉଁ ଦୋକାନୀମାନେ ଅପମିଶ୍ରଣ ଭାବେ ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ବ୍ୟବହାର କରୁଛନ୍ତି ସେମାନେ ହେବେ ସଚେତନ | ଅପମିଶ୍ରଣ ଠାରୁ ଦୁରାଇରହିବେ ଏବଂ ତା’ ସହ CMC ର ଏହି ଚଢ଼ାଉ ସ୍ୱାଗତ ଜନକ ବୋଲି କହିଛନ୍ତି ବ୍ୟବସାୟୀ |

Leave a Reply

Your email address will not be published. Required fields are marked *