Pratidin TV

Odisha's Digital News Platform

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଅସହାୟ ଭାଇ ..

1 min read

କଟକ : ଅସହାୟ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦୀଲିପ ପଟ୍ଟନାୟକ । ଏନେଇ ସେ ବାର୍ଦ୍ଧକ୍ୟ ଭର୍ତ୍ତା ପାଇଁ ଆବେଦନ କରିଛନ୍ତି । ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ।

ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ସେ ଦରଖାସ୍ତ ଦେଇଛନ୍ତି । ତେବେ କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Advertisement

କିନ୍ତୁ ଅନ୍ୟପଟେ ନିଜର କଷ୍ଟ ଯନ୍ତ୍ରଣାକୁ ଆଖିର ଲୁହରେ ଚାପିରଖି , ବାସ୍ପରୁଦ୍ଧ ତଣ୍ଟିରେ ବଖାଣିଛନ୍ତି ସେ ନିଜ ମନୋର କ୍ଷୋଭକୁ । ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ପଡ଼ିରହିବା ପରଠୁ ସେ ଏଭଳି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଏବଂ ଶେଷରେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି । ତାଙ୍କ ଆଖିର ଲୁହହିଁ ବଖାଣିଦେଉଛି ତାଙ୍କ କଷ୍ଟ ଯନ୍ତ୍ରଣାକୁ ।

Leave a Reply

Your email address will not be published. Required fields are marked *