ରକ୍ଷକ ସାଜିଛି ଭକ୍ଷକ : ପୋଲିସକୁ ହାତକରି ଚାଲିଛି ଚୋରା କୋଇଲା ଚାଲଣ ,ବିରୋଧ କରିବାରୁ ଚଢାଇଦେଲେ ଗାଡି
1 min readଭଦ୍ରକ : ଚୋରା କୋଇଲା ଚାଲାଣକାରୀଙ୍କୁ ପୋଲିସ ଦେଉଛି ପ୍ରଶୟ । ବଦଳି ନାଁରେ ଚାଲିଛି ବେଧଡକ୍ ଚୋରା କୋଇଲା ଚାଲାଣ । ବିରୋଧ କରିବାରୁ ଯୁବକଙ୍କୁ ଗାଡିତଳେ ଚାପିଦେଲେ ମାଫିଆ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ସବୁଥାନାରେ ହେଉଥିବା ବଦଳିକୁ ନେଇ ସକ୍ରିୟ ହୋଇଉଠିଛନ୍ତି ଚୋରା କୋଇଲା ଚାଲାଣକାରୀ ।
ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ କୋଇଲା ମାଫିଆଙ୍କ ଗାଡିତଳେ ଜଣେ ବ୍ୟାକ୍ତିଙ୍କ ଜୀବନ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବୁଧବାର କିଛି ଅସାଧୁ ପୋଲିସଙ୍କୁ ହାତ କରି ଚାନ୍ଦବାଲି ଥାନା ଓ ତିହିଡ଼ି ଥାନା ଏରିଆ ରେ ଦିନ ଦି ପରେ ଚଳାଇ ଥିଲା ବେଧଡକ ଚୋରା କୋଇଲା ଚାଲଣ । ସବୁ ଦେଖି ପୋଲିସ ମଧ୍ୟ ଚୁପ ରହିବା ନୀରିହ ଲୋକଙ୍କ ପାଇଁ କାଳ ପାଲଟିଯାଇଛି । ଗତକାଲି ବାହଲପୁର ପଞ୍ଚାୟତର କହ୍ନେଇ ବିନ୍ଧା ଗ୍ରାମର ଶରତ ବାରିକ ତିହିଡି ଥାନା ଦୋହରା ସାହିଠାରେ ଚୋରା କୋଇଲା କାରବାରକୁ ବିରୋଧ କରିବାରୁ ମାଫିଆମାନେ ତାଙ୍କ ଉପରେ ଗାଡି ଚଢେଇ ଦେଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ସକାଳୁ ଘଟଣା ସ୍ଥଳରେ ମୃତ ଶରତ ବାରିକଙ୍କ ଶବକୁ ଅଟକ ରଖି ଉତ୍ତେଜନା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହାସହ ସେଠାରେ ପ୍ରଚୁର ପରିମାଣର ଚୋରା କୋଇଲା ସହ ଜେସିବି ମେସିନ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ତେବ ଏପର୍ଯ୍ୟନ୍ତ କାହିଁକି ଚୁପ୍ ବସିଛି ପୋଲିସ । ସରକାର ଦେଉଥିବା ମାସିକ ବେତନ କଣ ତାଙ୍କୁ ଏତେ ଅବାବ ହେଉଛି ଯେ ଆଜି ଦେଶ ତଥା ରାଜ୍ୟ ଓ ଲୋକମାନଙ୍କର ରକ୍ଷକ ପୋଲିସ ଏପରି ନିଚ କାମ କରିବାକୁ ପଛାଉନାହିଁ !