Pratidin TV

Odisha's Digital News Platform

ଡାକ୍ତରଙ୍କ ଫ୍ରିଜ୍‌ରୁ ବାହାରିଲା ନାଗସାପ

1 min read

କଟକ : ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ , ପଶୁ ଓ ଜୀବଜନ୍ତୁ ବା କେଉଁଠୁ ନିସ୍ତାର ପାଇବେ । ନିଜର ସ୍ୱାର୍ଥ ପାଇଁ ମନୁଷ୍ୟ ଗଛ/ଜଙ୍ଗଲକୁ କାଟି ସଫା କରିଦେଉଥିବା ବେଳେ ବନ୍ୟଜନ୍ତୁ ମାନେ ମଣିଷ ସମାଜରେ ପ୍ରବେଶ କରିବାକୁ ଲାଗିଲେଣି । ନିକଟରେ ଗାଁ ଗାଁମାନଙ୍କରେ ହାତୀମାନଙ୍କର ରାଜୁତି ଦେଖିବାକୁ ମିଳୁଥିବା ବେଳେ ନିକଟରେ କଟକ ସହରରେ ଘଟିଯାଇଛି ଏକ ଅଘଟଣ । ଫ୍ରିଜ ଭିତରେ ପଶିଯାଇଛିନାଗ ସାପ ।

ଏମିତି କିଛି ଘଟଣା ଦେଖିବାକୁ ମିଳିଛି କଟକ ଶିଶୁ ଭବନ ପରିସରରେ ଥିବା ଡ଼ାକ୍ତର କଲୋନୀରେ। ଖବର ଅନୁଯାୟୀ ସେଠିକାର ଜଣେ ଡାକ୍ତରଙ୍କ ବାସ ଭବନରେ ଏକ ନାଗସାପ ପଶି ଯାଇଥିଲା ଓ ଏହାପରେ ପରିବାର ସଦସ୍ୟ ଗୋଡାଇବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ସେ କିଚେନ୍ ଭିତରେ ଥିବା ଫ୍ରିଜ ଭିତରେ ପଶି ଯାଇଥିଲା।

Advertisement

ପାଖାପାଖି ଦୁଇ ଘଣ୍ଟା ଧରି ରହିବା ପରେ ସାପ ଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ସ୍ବାଇଁ ଙ୍କୁ ଡକାଯାଇଥିଲା। ଏହାପରେ ସାପଟିକୁ ଫ୍ରିଜ ଭିତରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସିଡିଏ ଅଞ୍ଚଳରେ ଥିବା ବଣ ମଧ୍ୟରେ ନାଗ ଟିକୁ ଛଡ଼ା ଯାଇଛି ।

Leave a Reply

Your email address will not be published. Required fields are marked *