Pratidin TV

Odisha's Digital News Platform

ମିକଶ୍ଚର ପ୍ୟାକେଟରୁ ବାହାରିଲା ୨୦୦୦ କୋଟି ଟଙ୍କାର କୋକେନ …

1 min read

ପୁଣି ରାଜଧାନରେ ମିଳିଲା  ବିପୁଳ ପରିମାଣ ରେ  ନିଶାଦ୍ରବ୍ୟ । ପଶ୍ଚିମ ଦିଲ୍ଲୀର ରମେଶ ନଗରରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଗୁରୁବାର ୨୦୦ କେଜି କୋକେନ ଜବତ କରିଛି। ଏହି କୋକେନକୁ  ସ୍ନାକ୍ସ ପ୍ୟାକେଟରେ ରଖାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଜିପିଏସ୍‌ ମାଧ୍ୟମରେ ଟ୍ରାକ୍‌ କରିଥିଲା। ତେବେ ତାକୁ ଧରି ପାରି ନ ଥିଲା। ସେ ଲଣ୍ଡନ ପଳାଇବାରେ ସକ୍ଷମ ହୋଇଥିଲା। ପୂର୍ବରୁ ଜବତ ୫,୬୦୦ କୋଟି ଟଙ୍କାର ଡ୍ରଗ୍ସ ସିଣ୍ଡିକେଟ୍‌ର ଏହା ଅଂଶବିଶେଷ। ଏହାକୁ ମିଶାଇ ଦିଲ୍ଲୀ ପୁଲିସ ସପ୍ତାହ ମଧ୍ୟରେ ୭୬୨ କେଜି ନିଶାଦ୍ରବ୍ୟ ଜବତ କରାଗଲାଣି। ଏହାର ମୂଲ୍ୟ ପ୍ରାୟ ୭,୫୦୦ କୋଟି ଟଙ୍କା ହେବ। ଏହା ଦେଶର ସବୁଠାରୁ ବଡ଼ ଜବତ ବୋଲି କୁହାଯାଉଛି।

ଗତ ସପ୍ତାହରେ ଦିଲ୍ଲୀରୁ ସର୍ବାଧିକ ୫୦୦ କେଜି କୋକେନ ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ନିଶାଦ୍ରବ୍ୟ ଚାଲାଣ ପଛରେ ଅନ୍ତର୍ଜାତୀୟ Ñକେଟ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ, ମୁମ୍ବାଇରୁ ଏହି କାରବାର ଚାଲୁଛି। ଦୁବାଇକୁ ଏହାର ଲିଙ୍କ ରହିଛି। ଏହି ମାମଲାର ଅଭିଯୁକ୍ତ ବୀରେନ୍ଦ୍ର ବିଶୋଇ ଫେରାର ହୋଇଯାଇଛି।

Advertisement

Leave a Reply

Your email address will not be published. Required fields are marked *