Pratidin TV

Odisha's Digital News Platform

ରାଜ୍ୟରେ ଆହୁରି ୨ ଦିନ ହାଡଭଙ୍ଗା ଶୀତ , ୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାଣିଂ

1 min read

ଭୁବନେଶ୍ୱର : ଅସହ୍ୟ ଥଣ୍ଡାରୁ କଲବଲ ହେଲେ ରାଜ୍ୟବାସୀ । ସହିହେଉନାହିଁ ହାଡଭଙ୍ଗା ଥଣ୍ଡା । ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହରିବା ଲୋକଙ୍କ ପକ୍ଷେ ମୁସ୍କିଲ । ସନ୍ଧ୍ୟାରେ ମଧ୍ୟ ମିଳୁନାହିଂ ତ୍ରାହି । ଆଗକୁ ଆହୁରି ୨ ଦିନ ଓଡିଶାକୁ ଥରାଇବ ବୋଲି କହିଛି ପାଣିପାଗ ବିଭାଗ । ତେବେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ।
ଏନେଇ ୫ ଜିଲ୍ଲା ଯଥା ଅନୁଗୁଳ , କେନ୍ଦୁଝର , ଦେବଗଡ , ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏହା ସହ ବାହାରକୁ ବାହାରିବା ସମୟରେ ହାତ,ପାଦ,ନାକ ଓ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ବାହରାକୁ ବାହରିବା କହିଛି ପାଣିପାଗ ବିଭାଗ ।
ଏହି ୨ ଦିନ ଦୁଇ ଚକିଆ ଯାନ ଓ ଖୋଲା ଗାଡ଼ିରେ ଯାତ୍ରାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରିଲେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଶୀତ ପୋଷାକ ପିନ୍ଧନ୍ତୁ। ଉତ୍ତର ଓ କେନ୍ଦ୍ର ଭାରତ ପଟୁ ବହୁଥିବା ଥଣ୍ଡା ପବନ ଯୋଗୁ ଓଡ଼ିଶାରେ ଅସହ୍ୟ ଶୀତ ହେଉଛି। ତେଣୁ ୧୧ କିମ୍ବା ୧୨ ତାରିଖ ପରଠୁ ଏହା କମିବାର ସମ୍ଭାବନା ରହିଛି।

Advertisement

ସେହିଭଳି ବାଲେଶ୍ୱରରେ ମଧ୍ୟ ଅସହ୍ୟଶୀତ । ଯାହା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନୂଆ ବର୍ଷ ପରଠୁ ଉତ୍ତର ଓଡିଶାର ଅନେକ ଜିଲ୍ଲା ଯେପରି ବାଲେଶ୍ୱର, ମୟୁରଭଞ୍ଜ,କେଉଁଝର ,ଯାଜପୁର,ଭଦ୍ରକ ଜିଲ୍ଲାମାନଙ୍କରେ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବା ଫଳରେ ଅସହ୍ୟଶୀତ ଅନୁଭବ ହେଉଛି । ଯାହା ପାଇଁ ଲୋକମାନେ ସକାଳ ୯ ଟା ପର୍ଯ୍ୟନ୍ତ ଘରୁ ବାହାରିପାରୁନାହନ୍ତି । ଫଳରେ ଅନେକ ବେପାରୀ , ବ୍ୟବସାୟ ଠପ୍ ପଡିଛି । ରାତି ସମୟରେ ମଧ୍ୟ ସନ୍ଧ୍ୟା ୭ ଟା ସୁଦ୍ଧା ଲୋକମାନଙ୍କ ଗହଳି ବନ୍ଧ । ଏନେଇ ପନିପରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ବ୍ୟବସାୟିମାନଙ୍କ କାରବାର ମଧ୍ୟ ଚାଲୁନାହିଁ । ଲୋକମାନେ ଅସହ୍ୟଶୀତ ପାଇଁ ଘରୁ ବାହାରୁନାହାନ୍ତି । ଯାହା ସମସ୍ତ ବ୍ୟବସାୟକୁ ମାନ୍ଦା ପକାଇଛି ।

Leave a Reply

Your email address will not be published. Required fields are marked *