Pratidin TV

Odisha's Digital News Platform

ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କାନ୍ଥ; ଜଣେ ମୃତ, ୯ ଜଣ ଆହତ

ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହାସହ ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି | ଦୁର୍ଘଟଣା ସ୍ଥଳର ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚକୁ ସୂଚନା ଦିଆଯାଇଛି ଏବଂ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀର ଦ୍ୱାରିକା ସେକ୍ଟର ୧୨ ରେ ଦ୍ୱାରିକାଠାରେ ଏକ ଘରୋଇ ଡାକ୍ତରଖାନାର ତଳ ମହଲା ନିର୍ମାଣ କରାଯାଉଛି। ଅନେକ ଶ୍ରମିକ ତଳ ମହଲାରେ କାମ କରୁଥିଲେ। ଏହି ନିର୍ମାଣାଧୀନ ହସ୍ପିଟାଲ କୋଠା ଭୁଶୁଡ଼ିଲା | ଏହି ଘଟଣା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ହୋଇଛନ୍ତି ଆହତ | ଆହତମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି | ତେବେ ମୃତ ମହିଳା ଜଣକ ଉତ୍ତରପ୍ରଦେଶର ଝାନସୀର ଦେବୀ ବୋଲି ଜଣାପଡିଛି | ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ସ୍ଥଳର ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚକୁ ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *