Pratidin TV

Odisha's Digital News Platform

ସେମିନାର ନାଁରେ କଲେଜ୍ ଛାତ୍ରଛାତ୍ରୀଙ୍କୁ ଶୋଷଣ ; ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ ..

1 min read

ଭଦ୍ରକ : କଲେଜର ଛାତ୍ରଛାତ୍ରୀ ମାନଙ୍କଠାରୁ ଟଙ୍କା ଲୁଟିଖାଉଛନ୍ତି କଲେଜ୍ କତ୍ତୃପକ୍ଷ । ଏହାର ଏକ ଜ୍ୱଳନ୍ତା ଉଦାହରଣ ନିକଟରେ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ସେମିନାର ନାଁରେ ଚାଲିଛି ଶୋଷଣ । ସେମିନାର ପାଇ ୧୦୦ ଟଙ୍କା ବଳଦରେ ନେଉଛନ୍ତି ୭୦୦ ଟଙ୍କା । ପ୍ରତିବାଦ କଲେ ମିଳୁଛି ଫେଲ କରାଇ ଦେବାର ଧମକ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାଳନ୍ଦୀ କଲେଜ ରେ। ସୂଚନାଯୋଗ୍ୟ ଯେ ସରକାରଙ୍କ ନିୟମ ଅନୁଯାୟୀ କଲେଜ୍ ରେ ସେମିନାର ପାଇ ୧୦୦ ଟଙ୍କା ଫର୍ମ ଫିଲପ୍ ପାଇଁ ନିଆଯାଉଥିବା ବେଳେ କିନ୍ତୁ ଉତ୍ତର ବାହିନୀ ସାଳନ୍ଦୀ କଲେଜ ନେଉଛି ୭୦୦ ଟଙ୍କା । ଯଦି କୌଣସି ପିଲା ପ୍ରତିବାଦ କରୁଛି ତେବେ ତାକୁ ମିଳୁଛି ଫେଲ୍ କରାଇ ଦେବାର ଧମକ । ଏଭଳି କିଛି ଅଭିଯୋଗ ଆଣି କଲେଜ ସାମ୍ନାରେ ଛାତ୍ର ଛାତ୍ରୀ ମାନେ ଦାରଣା ଦେବା ସହ ଦେଇଥିବା ଅଧିକ ୬୦୦ ଟଙ୍କାର ଜବାବ ମାଗିଥିଲେ ।

COLLECTOR OFFICE

ଏନେଇ କଲେଜର ପ୍ରିନ୍ସପାଲ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ଫେଲ କରାଇଦେବା ସହ ଟିସି ନଦେବା କଥା କହି ଧମକାଇଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ନିରୂପାୟ ହୋଇ କଲେକ୍ଟରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *