Pratidin TV

Odisha's Digital News Platform

ଆସିଲା ନୂଆ ନିୟମ , ଭିସୁଟରେ ଛୋଟ ପୋଷାକ ପିନ୍ଧିଲେ କଲେଜ ମନା..

1 min read

ଭିସୁଟ୍ ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ଡ୍ରେସ ମନା । କୁଳପତି ଦେଇଛନ୍ତି କଡା ନିର୍ଦ୍ଦେଶ । ଛୋଟ ପୋଷାକ ପିନ୍ଧିଲେ କଲେଜରେ ପ୍ରବେଶ କରିପାରିବେନି ଛାତ୍ର ଛାତ୍ରୀ । ବସନ୍ତ ଉତ୍ସବ ପାଇଁ କୁଳପତି ନେଇଛନ୍ତି ଏପରି ନିଷ୍ପତ୍ତି । ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି ।

ନୋଟିସ ଜରିଆରେ ଏହା ଜଣାଇଛନ୍ତି ଭିସୁଟ୍‌ର କୁଳପତି । ଆଗୁକୁ ଭିସୁଟରେ ବସନ୍ତ ଉତ୍ସବ ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମଡର୍ଣ୍ଣ ପୋଷାକ କିମ୍ବା ଛୋଟ ପୋଷାକ କୁ ବାରଣ କରାଯାଇଛି । ଯଦି ଏହି ନିୟମକୁ କୌଣସି ଛାତ୍ର ଛାତ୍ରୀ ପାଳନ ନକରନ୍ତି , ତେବେ ସେହି ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପିରିକି ତାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍ ବାହାର ରଖାଯିବ । କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *