Pratidin TV

Odisha's Digital News Platform

କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

1 min read

ହଷ୍ଟେଲ ଭିତରେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ସୂଚନାନୁଯାୟୀ ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତାମ୍ରିତ କଲୋନୀ ଅଞ୍ଚଳ ରେ ଥିବା କ୍ରିଏଟିଭ ଟେକ୍ନୋ କଲେଜର ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି।ମୃତ ଛାତ୍ରୀ ଜଣକ ଭାଲୁଗାଡ଼ିଆ ଅଞ୍ଚଳର ସନ୍ତୋଷ ସାହୁଙ୍କ ଝିଅ ଜସ୍ମିନ ସାହୁ ବୋଲି ଜଣାପଡିଛି। ସେ କ୍ରିଏଟିଭ ଟେକ୍ନୋ କଲେଜରେ BCA ର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ଗତ କାଲି ସେ ଘରକୁ ଯାଇ ସନ୍ଧ୍ୟା ୬ଟା ରେ ହଷ୍ଟେଲକୁ ଫେରିଥିଲେ। ହଷ୍ଟେଲ କତୃପକ୍ଷ ତାଙ୍କୁ ପ୍ରତାରଣା କରିଥିବାରୁ ରାତି ୮ ଟା ରେ ଜସ୍ମିନ ତାଙ୍କ ବାପାଙ୍କୁ ଫୋନ ଯୋଗେ କହିଥିଲେ ।

ହେଲେ ସୋମବାର ସକାଳେ ଆଠଟା ବେଳେ କଲେଜ କତୃପକ୍ଷ ଜସ୍ମିନଙ୍କ ବାପାଙ୍କୁ ଫୋନ କରି କହିଲେ କି ତମ ଝିଅ ରୁମ୍ ର କବାଟ ଖୋଲୁ ନାହିଁ କି ଯେତେ ଡାକିଲେ ଶୁଣୁ ନାହିଁ। ଯାହା ଫଳରେ ଜସ୍ମିନଙ୍କ ପରିବାର ଲୋକ ହଷ୍ଟେଲକୁ ଆସିଥିଲେ। ପରେ ପରିବାର ଲୋକ ଆସିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ କଲେଜ କତୃପକ୍ଷ କବାଟକୁ ଭାଙ୍ଗି ଥିଲେ। କବାଟ ଭାଙ୍ଗିବା ପରେ ଜସ୍ମିନ ର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ପୋଲିସ ଜସ୍ମିନର ମୃତ ଦେହ କୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିଛି । ଜସ୍ମିନଙ୍କ ପରିବାର ପକ୍ଷରୁ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି କି ତାଙ୍କ ଝିଅ ଜୀବନ ହାରିନାହିଁ ତାକୁ ହତ୍ୟା କରା ଯାଇଛି। ଏନେଇ ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *