Pratidin TV

Odisha's Digital News Platform

ମଥାରୁ ଲିଭି ଗଲାଣି ସିନ୍ଦୁର,ହେଲେ ଜାଣିନାହନ୍ତି ସ୍ତ୍ରୀ, ଏବେବି ଚାହିଁ ବସିଛନ୍ତି ସ୍ୱାମୀଙ୍କ ବାଟ…

1 min read


ଶ୍ରୀନଗର: ଦେଶ ପାଇଁ ସହିଦ ହୋଇଗଲେ ବୀର ଯବାନ । ହେଲେ ସହିଦ ଯବାନଙ୍କ ମୃତ୍ୟୁ ଖବର ପହଞ୍ଚି ପାରିନି ପତ୍ନୀଙ୍କ ପାଖରେ । କାରଣ ସ୍ୱାମୀଙ୍କ ସହିଦ ହେବା ଖବର ଶୁଣି କେମିତି ସମ୍ଭାଳିବେ ନିଜକୁ ଆଉ କିପରି ବୁଝାଇଇବେ ପିଲା ମାନଙ୍କୁ । ସେଥିପାଇଁ ହୁଏତ ଯବାନଙ୍କ ମୃତ୍ୟୁ ଖବର ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚି ପାରିନାହିଁ । ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ମୃତ୍ୟୁ ପରେ ଏକା ହୋଇ ଯାଇଛନ୍ତି ପରିବାର । ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ଘରେ ଥିଲେ ସ୍ତ୍ରୀ , ଦୁଇ ସନ୍ତାନ ଓ ବିଧବା ମା’ । ହେଲେ ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ ପରିବାର ସହ ହୋଇପାରିଲାନି କଥାବାର୍ତ୍ତା । କାରଣ ସେ ନିଜେ ବି ଜାଣିନଥିଲେ ଯେ ଆତଙ୍କବାଦୀଙ୍କୁ ନିପାତ କରିଲା ବେଳେ ତାଙ୍କର ମୃତ୍ୟୁ ହେବ ବୋଲି । ହଁ ଆଜ୍ଞା କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରୁ ଜଣେ ମୋହାଲିର କଲୋନେଲ ମନପ୍ରୀତ୍ ସିଂହ ଥିଲେ । ସେ ବୁଧବାର ସକାଳେ ସର୍ଚ୍ଚ ଅପରେଶନ କରୁଥିବା ବାଟାଲିୟନର ନେତୃତ୍ୱ ନେଉଥିଲେ । ହେଲେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେ ଗୁରୁତର ଭାବେ ଆହତ ହୋଇ ପରେ ସେ ଶହୀଦ ହୋଇଥିଲେ । ତାଙ୍କ ବ୍ୟତିତ ଜମ୍ମୁ କଶ୍ମୀର ପୋଲିସର ଡିଏସ୍ପି ମେଜର ଆଶିଷ ଧୋନୈକ ଏବଂ ପୋଲିସ କର୍ମଚାରୀ ହ୍ୟୁମାୟୁନ ଭଟ୍ଟ ମଧ୍ୟ ଆତଙ୍କିଙ୍କ ଗୁଳିରେ ଶହୀଦ ହୋଇଥିଲେ ।


ତେବେ କଲୋନେଲ୍ ମନପ୍ରୀତ୍ ସିଂହ ୧୨ତମ ଶିଖ୍ ଏଲ୍‌ଆଇର ଯବାନ ଥିଲେ । ତାଙ୍କୁ ସେନା ମେଡାଲ ମିଳିଥିଲା । ସେ ନିଜର ୧୭ ବର୍ଷର ସେବା ପୂରଣ କରିସାରିଥିଲେ । ଆଉ ମାତ୍ର ଚାରି ମାସ ପରେ ତାଙ୍କର ରାଷ୍ଟ୍ରୀୟ ରାଇଫଲ ସହ ପୂରଣ ହୋଇଥାନ୍ତା କାର୍ଯ୍ୟକାଳ । ହେଲେ ବିଧିର ବିଧାନ ଥିିଲା କିଛି ଅଲଗା । ଶହୀଦ ହେବା ପୂର୍ବରୁ ସେ ଶେଷଥର ଲାଗି ଭିଣୋଇ ବିରେନ୍ଦ୍ର ଗିଲଙ୍କ ସହ କଥା ହୋଇଥିଲେ । ଅପରେଶନ ଚାଲିଥିବାରୁ ସେ ବ୍ୟସ୍ତ ଥିବା କହିଥିଲେ । ହେଲେ ଅପରାହ୍ନରେ ସେ ଶହୀଦ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତାଙ୍କ ପରେ ଏବେ ପରିବାରରେ ସ୍ତ୍ରୀ, ମା’ ଏବଂ ଦୁଇ ସନ୍ତାନ । କିନ୍ତୁ ମନପ୍ରୀତ୍‌ଙ୍କ ଶହୀଦ ହେବା ଖବର ତାଙ୍କ ପତ୍ନୀଙ୍କୁ ଏଯାଏ ଦିଆଯାଇ ନ ଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *