୩ ଦିନ ଧରି ପେଟ ଯନ୍ତ୍ରଣାରେ କଷ୍ଟ ପାଉଥିବା ଭାରତୀ ଏବେ ହସ୍ପିଟାଲରେ ଆଡମିଟ
1 min readସମସ୍ତଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ସମୟ ପାଇଁ ହସି ଖୁସି ଭରିଦେଉଥିବା କମେଡିଆନ ଭାରତୀ ସିଂ ଅଛନ୍ତି ହସ୍ପିଟାଲରେ | ଏନେଇ ଭାରତୀ ସିଂ ନିଜେ ୟୁଟ୍ୟୁବ ଚ୍ୟାନେଲରେ ସମସ୍ତ ଫ୍ୟାନ୍ସଙ୍କ ଦେଇଥିଲେ ସୂଚନା |
ତେବେ ସୂଚନା ଅନୁସାରେ ଗତ ୩ ଦିନ ହେବ ଭାରତୀଙ୍କ ପେଟରେ ଯନ୍ତ୍ରଣା ହେଉଥିଲା | ଖାଇବା ଏବଂ ପାଣି ପିଇବାରେ ହେଉଥିଲା କଷ୍ଟ | ଯନ୍ତ୍ରଣା ଏତେ ବଢିଯାଇଥିଲା ଯେ, ତାଙ୍କୁ ମେଡିକାଲରେ ଆଡମିଟ କରିବାକୁ ପଡିଥିଲା |
ତେବେ ଭାରତୀ ନିଜ ଚ୍ୟାନେଲରେ ପ୍ରଥମେ ଫୁଡ ପଏଜନିଂ ବୋଲି କ୍ଷୀତିଲେ | କିନ୍ତୁ ଡାକ୍ତର ସମସ୍ତ ଟେଷ୍ଟ କରି ରିପୋର୍ଟ ଆସିଲା ପରେ ଜଣ ପଡିଥିଲା ଯେ, ତାଙ୍କ ଗଲ ବ୍ଲାଡରରେ ଷ୍ଟୋନ୍ ହୋଇଛି | ତେଣୁ ସ୍ସେ ଯାହା ଖାଉଛନ୍ତି ତାଙ୍କର ବାନ୍ତି ହେଉଛି | ତେବେ ଚ୍ୟାନେଲରେ ଦେଖିବାକୁ ମିଳିଥିଲା ଯେ ଭାରତୀଙ୍କ ସ୍ୱାମୀ ହର୍ଷ ମଧ୍ୟ ତାଙ୍କ ପାଖରେ ଅଛନ୍ତି | ଏବଂ ଭାରତୀ ନିଜ ଚ୍ୟାନେଲରେ କହିଥିଲେ କି ସେ ତାଙ୍କ ପୁଅ ଗୋଲେକୁ ବହୁତ ମିସ କରୁଛନ୍ତି | ତେବେ ତାଙ୍କର ସର୍ଜରୀ ହେବ କି ନାହିଁ ଓ କେବେ ସେ ଡିସଚାର୍ଜ ହେବେ ତାହା ଭାରତୀ ସ୍ପଷ୍ଟ କରିନାହାନ୍ତି |