Pratidin TV

Odisha's Digital News Platform

ଆଖିବୁଜିଲେ ଆଉ ଜଣେ କମେଡିଆନ ନିଲ୍‌ ନନ୍ଦ, ନିକଟରେ ପାଳିଥିଲେ ୩୨ ତମ ଜନ୍ମଦିନ…

1 min read

ଆଖିବୁଜିଲେ ଆଉ ଜଣେ ହାସ୍ୟ ଅଭିନେତା ନିଲ୍‌ ନନ୍ଦ । ଗତକାଲି ତାମିଲ ଇଣ୍ଡଷ୍ଟ୍ରିର ଜଣେ କମେଡିଆନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ହାସ୍ୟ ଅଭିନେତା ନିଲ୍‌ ନନ୍ଦଙ୍କ ମୃତ୍ୟୁ ଘଟିଛି । ନିକଟରେ ନିଲ୍‌ ନନ୍ଦ ତାଙ୍କର ୩୨ ତମ ଜନ୍ମ ଦିନ ପାଳନ କରିଥିବା କୁହାଯାଉଥିବା ବେଳେ ତେବେ ତାଙ୍କ ମୃତ୍ୟୁର ତାରିଖ ଜଣାପଡିନାହିଁ । ଜିମି କିମେଲ ଲାଇଭ ଏବଂ କମେଡି ସେଣ୍ଟ୍ରାଲର ଆଡାମ ଡିଭାଇନ୍ ହାଉସ୍ ପାର୍ଟିରେ ଅଭିନୟ ପାଇଁ ନିଲ୍ ବେଶ୍ ଜଣାଶୁଣା ଥିଲେ । ତେବେ ତାଙ୍କର ମୃତ୍ୟୁ ଖବରକୁ ନେଇ ତାଙ୍କ ପୂର୍ବତନ ମ୍ୟାନେଜର ସ୍ପଷ୍ଟ କରିଛନ୍ତି । କିନ୍ତୁ ଏଯାବତ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ତାଙ୍କ ମୃତ୍ୟୁ ପରେ ନୀଲଙ୍କ ଅନେକ ସହକର୍ମୀ ଓ ପରିବାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏବଂ କମେଡି ଦୁନିଆର ବିଭିନ୍ନ କମେଡି କ୍ଲବ ଏବଂ ସାଙ୍ଗମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହାସ୍ୟ ଅଭିନୟ ପାଇଁ ନିଲ୍‌ଙ୍କ ପିଲାଦିନରୁ ଇଚ୍ଛା ରହିଥିଲା । ଜିମି କିମେଲ ଲାଇଭ ଏବଂ କମେଡି ସେଣ୍ଟ୍ରାଲର ଆଡାମ ଡିଭାଇନ୍ସ ହାଉସ୍ ପାର୍ଟିରେ ତାଙ୍କର ଅଭିନୟ ସହିତ ସେ ଖ୍ୟାତି ଅର୍ଜନ କରିଥିଲେ ।ଇନଷ୍ଟାଗ୍ରାମରେ ସେ ଟରୋଣ୍ଟୋର ଜୋକର୍ସ ଥିଏଟର ଏବଂ କମେଡି କ୍ଲବରେ ତାଙ୍କର “ବାର୍ଥଡେ ୱିକ୍‌ଏଣ୍ଡ୍‌” ଶୋ’ର ପ୍ରମୋସନ ମଧ୍ୟ କରିଥିଲେ । ଜୋକର୍ସ ଥିଏଟର ଆଣ୍ଡ କମେଡି କ୍ଲବ “ଏକ ଚମତ୍କାର ମଜାଳିଆ ଅଭିନେତାଙ୍କୁ ହରାଇ” ଶୋକ ପ୍ରକାଶ କରିଛି । ହାସ୍ୟ ଅଭିନେତା ଜନ୍ ରୟ ଏକ୍ସରେ ଲେଖିଛନ୍ତି, “ସାନ୍ତା ମୋନିକାରେ ଏକ ପୁରା କମେଡି ଦୃଶ୍ୟ ନିର୍ମାଣ କରିଥିବା ନୀଲ ନନ୍ଦ, ଜଣେ ମହାନ ହାସ୍ୟ ଅଭିନେତା ଯିଏ କି ପ୍ରାୟ ଏକା ସମସ୍ତଙ୍କୁ ସ୍ୱାଗତ କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *