Pratidin TV

Odisha's Digital News Platform

ହନିମୁନ୍ କଥା ପଚାରି ଲାଇଭ୍ ଶୋରେ ଚାପୁଡା ଖାଇଲେ ହାସ୍ୟ ଅଭିନେତା..

1 min read

ଚାଲିଥିଲା ଲାଇଭ୍ ଶୋ । ଚାରିଆଡେ ଲାଇଟ୍ କ୍ୟାମରା ଲାଗିଥିଲା । ଶହ ଶହ ଦର୍ଶକ ଏହି ଶୋ ଦଖୁଥିଲେ । ହେଲେ ହଠାତ୍ ଅଭିନେତ୍ରୀ ଉଠିଯାଇ ହାସ୍ୟ ଅଭିନତାଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଥିଲେ । ଯାହାକୁ ଦେଖି ଶହ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଘଟଣା ଘଟିଛି ପାକିସ୍ତାନରେ । ପାକିସ୍ତାନର ପ୍ରସିଦ୍ଧ ଗାୟିକା ଶାଜିଆ ମଞ୍ଜୁର ହାସ୍ୟ ଅଭିନେତା ଶେରି ନନ୍‌ହାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରିଥିବା ଜଣାପଡ଼ିଛି । ଏହି ଘଟଣା ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ରେ, ଶାଜିଆ ମଞ୍ଜୁର ହାସ୍ୟ ଅଭିନେତାଙ୍କ ଉପରେ ରାଗିଯାଇ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ହାସ୍ୟ ଅଭିନେତା ଜଣକ ଗାୟିକାଙ୍କୁ ହନିମନ୍ କଥା ପଚାରିବାରୁ ସେ ରାଗିଯାଇ ତାଙ୍କୁ ଚାପୁଡା ମାରିଥିବା ଜଣାପଡିଛି । ତେବେ ସୂଚନା ଅନୁଯାୟୀ, ଶାଜିଆଙ୍କୁ ହନିମୁନ ସହ ଜଡ଼ିତ ପ୍ରଶ୍ନ ପଚାରିଥିଲେ ଶେରି । ଏହି ପ୍ରଶ୍ନ ଶୁଣି ଶାଜିଆ ରାଗିଯାଇ ଶେରିଙ୍କୁ ମାଡ଼ ମାରିଥିଲେ । ଶେରି ପଚାରିଥିଲେ ଯେ, ‘ଯଦି ଆମେ ବିବାହ କରିବା ତେବେ ମୁଁ ତୁରନ୍ତ ତୁମକୁ ହନିମୁନ୍ ପାଇଁ ମଣ୍ଟେ କାର୍ଲୋକୁ ନେଇଯିବି । ତୁମେ ବିମାନରେ କେଉଁ ଶ୍ରେଣୀରେ ଯିବାକୁ ଚାହିବ ତାହା ମୋତେ କହିପାରିବ କି?’ ଏହା ଶୁଣି ଶାଜିଆ ମଞ୍ଜୁର ନିଜର ରାଗକୁ ନିୟନ୍ତ୍ରଣ କରିପାରିନଥିଲେ । ତୁରନ୍ତ ସେ ନିଜ ଆସନରୁ ଉଠି ଆସି ଶେରିଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ ।

Advertisement

ମାଡ଼ ମାରି ସେ କହିଥିଲେ, ‘ତୁମକୁ ଲାଜ ଲାଗୁନାହିଁ ଏଭଳି କହୁଛ । ପୂର୍ବଥର ମଧ୍ୟ ଏଭଳି ଅଶାଳୀନ କଥା କହିଥିଲ । ହେଲେ ପରେ ଥଟ୍ଟା କରୁଛ ବୋଲି କହିବାରୁ ମୁଁ କିଛି କହିନଥିଲି । ହେଲେ ଏବେ ପୁଣି ଏଭଳି ଅଜବ ପ୍ରଶ୍ନ ମୋତେ ପଚାରୁଛ । ଲାଜ ଲାଗୁନାହିଁ ତୁମକୁ ।’ଏଭଳି କହି ସେ ଶେରିଙ୍କୁ ମାଡ଼ ମାରୁଥିବା ବେଳେ ସୋ’ର ଉପସ୍ଥାପକ ତାଙ୍କୁ ଅଟକାଇବାକୁ ଆସିଥିଲେ । ହେଲେ ମୋତେ ଅଟକାଅ ନାହିଁ ବୋଲି କହିଥିଲେ ଶାଜିଆ । ସୋଶିଆଲ ମିଡିଆରେ ଏହି ଭିଡିଓ ଏବେ ବେଶ୍ ବାଇରଲ ହେବାରେ ଲାଗିିଛି । ୟୁଜର୍ସ ଏହି ଭିଡିଓ ରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *