ରୋଗ ଶଯ୍ୟାରେ ଭେଟେରାନ କମେଡିଆନ ‘ରବି ଶତପଥୀ’…
1 min readପାରାଦ୍ୱୀପ ; ଯାତ୍ରା ରଙ୍ଗମଞ୍ଚ ରେ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିବା ଭେଟେରାନ କମେଡିଆନ ଙ୍କ ପାଟିରେ ନାହିଁ କଥା । ଯାତ୍ରା ମଞ୍ଚ ରେ ଦର୍ଶକ ଅନେଇ ରହିଥିବା ଏହି ହାସ୍ୟ କଳାକାର ଜଣକ ଆଜି ରୋଗ ଯନ୍ତ୍ରଣା ରେ ଶଯ୍ୟାଶାୟୀ ହୋଇ ଜୀବନ ସହିତ ସଂଘର୍ଷ ଚଳାଇଛନ୍ତି । ଶରୀର ଦେଉନି ସାଥ, ଗାଉଁଲି ଶୈଳୀରେ ଦର୍ଶକଙ୍କ ଅତି ପରିଚିତ ହାସ୍ୟ କଳାକାର ବର୍ଷିଆନ କମେଡି କିଙ୍ଗ ରବି ଶତପଥୀ ବା ଯାତ୍ରା ପରିବାର ର ଅତି ପରିଚିତ କମେଡି ସମ୍ରାଟ ଙ୍କ ଅଭିନୟ ର ଯାଦୁ କୁ ଆଉ ମଞ୍ଚ ରେ ଦେଖିବାକୁ ପାଇବେନି ଦର୍ଶକ । ଦୀର୍ଘ ବର୍ଷ ଧରି ଯାତ୍ରା ରଙ୍ଗମଞ୍ଚ ରେ ନିଜ ଅଭିନୟ ର ଯାଦୁ ରେ ଦର୍ଶକ ଙ୍କୁ ବାନ୍ଧି ରଖୁଥିବା ରବି ଶତପଥୀ କ୍ୟାନ୍ସର ରୋଗରେ ପୀଡିତ ହୋଇ ବିଛଣା ରେ ଦିନ କାଟୁଛନ୍ତି । ନାଁ ଅଛି ମୁହଁ ରେ ସେହି ହସ ନାଁ ଭଲ ଭାବରେ କଥା କହି ପାରୁଛନ୍ତି ।
କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ର କଳଦ୍ବୀପ ଗ୍ରାମର ରବି ଶତପଥୀ ପିଲାବେଳୁ କଳା ପ୍ରତି ଆକର୍ଷିତ ହୋଇ ପ୍ରଥମେ ପାଲା ରେ ଗାୟକ ଭାବରେ ବେଶ ପରିଚିତ ଥିଲେ । ପାଲା ପରିବେଷଣ ରୁ ଅର୍ଜିତ ଉପାର୍ଜନ ପରିବାର ଚଳାଇବାକୁ କଷ୍ଟ ହୋଇପଡିବାରୁ କାଳକ୍ରମେ ପାଲା ପରିବେଷଣ ରୁ ଦୁରେଇ ଯାଇ ଯାତ୍ରା ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହେବା ସହିତ ଧୀରେ ଧୀରେ ଓଡିଶା ର ପ୍ରତିଷ୍ଠିତ ଯାତ୍ରା ରଙ୍ଗମଞ୍ଚ ରେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ଙ୍କୁ ବାନ୍ଧି ରଖିବା ସହିତ ଯାତ୍ରା ଜଗତର ଜଣେ ଅପ୍ରତିଦ୍ବନ୍ଦି ହାସ୍ୟ କଳାକାର ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ରବି ଶତପଥୀ ।
ପାଲା ଛାଡି ଯେତେବେଳେ ଯାତ୍ରା ଜଗତରେ ପ୍ରବେଶ କଲେ ରବି ଶତପଥୀ ଙ୍କୁ ପ୍ରଥମ ପରିଚୟ ଦେଇଥିଲା ତାରପୁର ଗଣନାଟ୍ୟ ର ଗୁଣ୍ଡୁଚି ମିଶ୍ର ଚରିତ୍ର, ପରେ ଶାଗୁଣା ବସିଛି ଡେଣା ମେଲେଇ ହେଉ କିମ୍ବା ଶିବାନୀ ଗଣନାଟ୍ୟ ର ହେ ଈଶ୍ୱର ନମସ୍କାର ହେଉ ବିଭିନ୍ନ ଯାତ୍ରା ପାର୍ଟିରେ ରବି ଶତପଥୀ ଙ୍କ ଗାଉଁଲି ଶୈଳୀ ରେ ସଂଳାପ ପରିବେଷଣ ଦର୍ଶକ ଙ୍କୁ ହସେଇ ହସେଇ ବେଦମ କରୁଥିଲା । ଆଜି ସେହି କମେଡି କିଙ୍ଗ ରବି ଶତପଥୀ ଆଜି ରୋଗଶଯ୍ୟା ରେ ଦିନ କାଟୁଛନ୍ତି । ବିଭିନ୍ନ ଯାତ୍ରା କଳାକାର ମାନେ ଛୁଟି ଆସୁଛନ୍ତି ରବି ଭାଇନା ଙ୍କ ଘରକୁ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ହେଲେ ଆଉ ନାହିଁ ରବି ଭାଇନା ଙ୍କ ମୁହଁରେ ସେହି ହସ,ରୋଗ ଶଯ୍ୟାରେ ବିଛଣା ରେ ପଡି ରହିବା ସହିତ କାହାକୁ ଚିହ୍ନିବା ଯେପରି ରବି ଭାଇନା ଙ୍କ ପାଇଁ କଷ୍ଟ ହୋଇପଡିଛି ।